ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ଆଇନ ସେବା ସମ୍ବନ୍ଧୀୟ ଆଲୋଚନାଚକ୍ର

ଭଞ୍ଜକଳା ମଣ୍ଡପ ଭୁବନେଶ୍ୱର ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ଜଜ୍ ଓଡ଼ିଶା ହାଇକୋର୍ଟ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଅରିନ୍ଦମ ସିହ୍ନା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା, ପୁରୀ, କଟକ ଏବଂ ନୟାଗଡ଼ ଙ୍କ ଅଧୀନରେ ଥିବା ତାଲିକା ଭୁକ୍ତ ଆଇନଜୀବୀ, ନ୍ୟାୟ ଅଧିକାର ମୀତ୍ର, ଆରକ୍ଷୀ ଅଧିକାରୀ ବୃନ୍ଦ, ନ୍ୟାୟ ରକ୍ଷକ ବୃନ୍ଦ ଓ ଆଇନ ଛାତ୍ର ଛାତ୍ରୀ ମାନଙ୍କ ନେଇ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ସେମାନଙ୍କର ବିଭିନ୍ନ ଆଇନଗତ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏହାର ଜନାଭିମୁଖି ସଫଳତା ଏବଂ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିବା ସହ ଆବଶ୍ୟକୀୟ ସୁବ୍ୟବସ୍ଥା ଯୋଗାଇଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସଦସ୍ୟ ସଚିବ ଓଡ଼ିଶା ରାଜ୍ୟ ଆଇନ ସେବପ୍ରଧିକରଣ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ଯୋଗ ଦେଇ ଜାତୀୟ ତଥା ରାଜ୍ୟ ଆଇନ ସେବା ପ୍ରଧିକରଣଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ବିଧି ବ୍ୟବସ୍ଥା ଓ ଏହାର ସୁଫଳ ସଂପର୍କରେ ଆଲୋକପାତ କରାଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ଶ୍ରୀ ନିଶିଥ ନିଶାଙ୍କ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ କାର୍ଯ୍ୟାଳୟ ର ଚଳିତ ବର୍ଷର ସମୁଦାୟିକ ସଫଳତା ସମ୍ପର୍କରେ ସାମୁହିକ ସଫଳତା ସମ୍ପର୍କିତ ସମସ୍ତ ସୂଚନା ମାନ୍ୟବର ନ୍ୟାୟ ମୂର୍ତ୍ତି ଶ୍ରୀ ଅରିନ୍ଦମ ସିହ୍ନାଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ସମେତ ବୋହୂ ପଦାଧିକାରୀମାନ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂହ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ସହ ସଚିବ ଶ୍ରୀ ସୃଜନ ସାରସ୍ଵତ, କୋର୍ଟ ମ୍ୟାନେଜର ଶ୍ରୀ ଶଶିକାନ୍ତ ପ୍ରଧାନ ଙ୍କ ସମେତ ଜିଲ୍ଲା ଅଦାଲତ ଏବଂ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *