ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ
ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2024 ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା କୈଳାସ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶ୍ରୀ ରେସମାରାଣୀ ସିଂ ପ୍ରମୁଖ ଯୋଗ ଦେଇ ଏହି ମେଳାକୁ ଉଦଘାଟନ କରିଥିଲେ । ଦୁଇ ଦିନ ଧରି ଚାଳିବାସକୁ ଥିବା ଏହି ମେଳାରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଷ୍ଟଲ ମାନ ଅତିଥିମାନେ ବୁଲି ଦେଖିଥିଲେ । ବିଶେଷ କରି ଏହି ଦୁଇଟି ବିଭାଗ ଅଧୀନରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁକୁଡ଼ା ଚାଷ, ମାଛ ଚାଷ, ଧଳା ଘୁଷୁରୀ ଚାଷ, ଛେଳି ଚାଷ ଓ ଗୋ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ଆଗମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବ ସିଡ ମାଧ୍ୟମରେ ଋଣ ଯୋଗାଇ ଦିଆଯିବା ସହିତ ଚାଷୀମାନେ କିପରି ଉପକୃତ ହୋଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ପରେ ଏହି ମେଳାରେ ଶତାଧିକ ଚାଷୀ ଯୋଗ ଦେଇ ଥିବା ବେଳେ ସଫଳ ଚାଷୀ ଙ୍କୁ ସମ୍ମାନୀତ କରାଯିବା ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।
