ବ୍ୟାସନଗର ଶ୍ରୀ ସତ୍ୟସାଇ ବାବାଙ୍କର ୯୯ତମ ଜନ୍ମ ମହୋତ୍ସବ ପାଳନ
**ଯାଜପୁର ରୋଡ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସତ୍ୟସାଇ ବାବାଙ୍କର ୯୯ତମ ଜନ୍ମଦିନ ଉତ୍ସବ ସତ୍ୟସାଇ ମନ୍ଦିରରେ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ପ୍ରାତଃ ସମୟରୁ ଓଁ କାର ଧ୍ବନି, ସୁପ୍ରଭାତମ ନଗର ସଂକୀର୍ତନ, ଷୋଡଶ ଉପଚାର ପୂଜା, ଦିବ୍ୟ ପ୍ରଶାନ୍ତି ପତାକା ଉତୋଳନ, ଲିଖିତ ଜପ ପୂଜା ଅର୍ଚନା କରାଯାଇଥିଲା l ତାସହିତ ବ୍ୟାସନଗର ସହରରେ ବାବାଙ୍କର ପାଲିଙ୍କି ଶୋଭା ଯାତ୍ରା ସହର ପରିକ୍ରମା କରିଥିଲା l ଏଥିରେ ବହୁ ସଂଖ୍ୟାରେ ଭକ୍ତି ମାନେ ଯୋଗଦାନ କରିଥିଲେ l ପରବର୍ତୀ ସମୟରେ ଲକ୍ଷର୍ଚନା, ଭଜନ, ଦିବ୍ୟ ପତାକା ଅବତରଣ, ନାରାୟଣ ସେବା ପ୍ରସାଦ ସେବନ, ୯୯ ଦ୍ବୀପ ପ୍ରଜ୍ବଳନ, ବେଦ ପାଠ, ଓଁ କାର ଭଜନ, ଆଧ୍ୟାତ୍ମିକ ଆଲୋଚନା ଓ କୃତଜ୍ଞତା ର କାର୍ଡ ଅର୍ପଣ ସହିତ ଜନ୍ମଦିନ କେକ୍ ସମର୍ପଣ କରି ବାଳବିକାଶ ଛାତ୍ର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଶେଷରେ ବାବାଙ୍କର ଝୁଲା ଜନ୍ମଦିନ ସଂଗୀତ କୃତଜ୍ଞତା ଅର୍ପଣ କରି ସତ୍ୟସାଇ ବାବାଙ୍କର ମଙ୍ଗଳ ଆଳତି କରାଯାଇଥିଲା l ଏଥିରେ ସତ୍ୟସାଇ ସଂଗଠନ ର ସମସ୍ତ ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
