ପଂଚାୟତ ସମିତି ବୈଠକରେ ଜନପ୍ରତିନିଧି ଙ୍କୁ ଡକା ନ ଯିବା ଫଳରେ ଜନପ୍ରତିନିଧି ଙ୍କ ଧାରଣା
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ ବିଡ଼ିଓ ଙ୍କୁ ଘେରାଉ କଲେ ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ । ଗତ 22 ତାରିଖରେ ପଞ୍ଚାୟତ ସମିତି ବୈଠକ ହେବାକୁ ନିଷ୍ପତି ହୋଇଥିବା ବେଳେ ବିଡିଓ କାହାକୁ ଚିଠି ନକରିବାରୁ ବୈଠକ ବାତିଲ ହୋଇଥିଲା | ବିଡିଓ ଙ୍କ ମନମୁଖୀ କାର୍ଯ୍ଯ ପାଇଁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଆସି ବିଡ଼ିଓ ଙ୍କୁ ଏ ବାବଦରେ ପଚାରିବା ସହ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ସେମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତଳେ ବସି ତାଙ୍କୁ ଘେରାଉ କରି ରଖିଥିବାର ଦେଖିବାକୁ ମିଳିଛି | ବିଡିଓ ଙ୍କ କାର୍ଯ୍ୟାଳୟ ଭିତରେ ସମସ୍ତେ ବସିଥିବାରୁ ବିଡିଓ ବାହାରକୁ ବାହାରି ପାରୁ ନଥିବା ଜଣା ଯାଇଛି ।ଏ ବାବଦରେ ବିଡ଼ିଓ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।
