ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରୀୟ ଦଳଙ୍କ କ୍ଷେତ୍ର ପରିଦର୍ଶନ

ଗତ ୧ ଅକ୍ଟୋବର ମାସରେ ଘଟିଯାଇଥିବା ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ଆକଳନ ସକାଶେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ତରଫରୁ ପ୍ରେରିତ କେନ୍ଦ୍ରୀୟ ଦଳ ଭଦ୍ରକରେ ପହଞ୍ଚୁଛନ୍ତି ନୂଆ ସର୍କିଟ ନିଟ ହାଉସ୍‌ରେ ପହଞ୍ଚୁଲା ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସେମାନଙ୍କୁ ପ୍ରଭାବିତ ଅଞ୍ଚଳ ବିଷୟରେ ସଂକ୍ଷିପ ସୂଚନା ପ୍ରଦାନ କରିଥିଲେ । ଏହି କେନ୍ଦ୍ରୀୟ ଦଳରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ. ମାନ ସିଂହ ଏବଂ ଜଳ ଶକ୍ତି ମନ୍ତ୍ରାଳୟର ନିର୍ଦ୍ଦେଶକ ସୁଶାନ୍ତ କୁମାର ସାମଲ ଭଦ୍ରକ ଆସିଛନ୍ତି । ପରେ ପରେ ସେମାନେ ଧନ୍ଦବାଲି ବ୍ଲକ୍‌ର ଧାମରା ଅଞ୍ଚଳକୁ ଗସ୍ତ କରିଥିଲେ । ସେଠାରେ ଦୋସିଙ୍ଗା ଗ୍ରାମପଞ୍ଚାୟତର ଋନ୍ଦିନୀପାଳ ବହୁମୁଖୀ ବାତ୍ୟାଶ୍ରୟର କମ୍ୟୁନିଟି ସଦସ୍ୟ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ବାଂଶଡ଼ା ଗ୍ରାମପଞ୍ଚାୟତର ଚେଡ଼କ ଗାଁରେ ବାତ୍ୟା ‘ଦାନା’ ଯୋଗୁଁ ଘର ଭଙ୍ଗା ଜନିତ କ୍ଷୟକ୍ଷତିର ଆକଳନ କରିଥିଲେ । ସେହିପରି ଜାଗୁଳା ଗ୍ରାମପଞ୍ଚାୟତର ବାଲିସାହି ଗ୍ରାମର ବାତ୍ୟା ‘ଦାନା’ ଯୋଗୁଁ ଫସଲର କ୍ଷୟକ୍ଷତି ଆକଳନ କରିଥିଲେ । ଏ ସମସ୍ତ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ କେନ୍ଦ୍ରୀୟ ଦଳଙ୍କ ସହିତ ଉପସ୍ଥିତ ଥିଲେ । |

Leave a Reply

Your email address will not be published. Required fields are marked *