ଆନନ୍ଦପୁର ବ୍ଲକ ରେ ଜିଲ୍ଲାପାଳଙ୍କ ଦ୍ଵାରା ୨୧୪ ଜଣଙ୍କ ଅଭିଯୋଗ ପଞ୍ଜିକରଣ

*

ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭା ଗୃହରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।ଆନନ୍ଦପୁର ବିଡ଼ିଓ ଯୋଗରଞ୍ଜନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ,ଜିଲ୍ଲା ପ୍ରକଳ୍ପ ଅଧିକାରୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ଡେପୁଟି କଲେକ୍ଟର ପ୍ରମୁଖ ଯୋଗଦେଇଥିବା ବେଳେ ଉପଖଣ୍ଡ ଗ୍ରାମ ଉନ୍ନୟନର ଅଧିକାରୀ,ଉଠା ଜଳସେଚନ ପ୍ରକଳ୍ପର ଅଧିକାରୀ,ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ଶୁଣାଣି ରେ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାପାଳ ବିଶାଲ ସିଂ ୭ ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ତିନିଚକିଆ ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ।ଏହି ଜନଶୁଣାଣୀ ରେ ଆନନ୍ଦପୁର ବ୍ଲକ ର ବାଉଁଶଗଡ,ବେଲବାହାଳି, ବାରିଗାଁ,ପଦ୍ମପୁର,ଶାଳବଣି, ମୋଚିନ୍ଦା,କଣ୍ଟିପାଳ,ଫକିରପୁର, କୋଡପଡ଼ା,ଗହଳମୁଣ୍ଡା ସମେତ ବିଭିନ୍ନ ପଞ୍ଚାୟତ ରେ ସର୍ବମୋଟ ୨୧୪ ଜଣ ଅଭିଯୋଗକାରୀ ଆନନ୍ଦପୁର ବ୍ଲକ ରେ ପହଞ୍ଚି ଅଭିଯୋଗ ଶୁଣାଣି ରେ ଭାଗ ନେଇଥିଲେ।ଆନନ୍ଦପୁର ବ୍ଲକର ଏବିଡିଓ ବିଚିତ୍ର କର ଜନଶୁଣାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଲକର ମନରେଗା ଅଧିକାରୀ ଅଭିମନ୍ୟୁ ପାତ୍ର ଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡର ଏସ୍ ଡିପିଓ ପ୍ରସାନ୍ତ ବେହେରା ଓ ଆନନ୍ଦପୁର ଆଇ ଆଇ ସି ଲକ୍ଷୀକାନ୍ତ ପ୍ରଧାନ ଓ ଘଷିପୁରା ର ଥାନା ଅଧିକାରୀ ସୁନୀଲ କର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *