ହିଂସା-ନିର୍ଯାତନା ମହିଳାମାନଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରିଦିଏ,ମିନତୀ ପାଢ଼ୀ

।ଫୁଲବାଣୀ:ନିପ୍ର:-୨୫ା୧୧କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ସୋମବାର କମଳା ଦିବସ ପାଳିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତୀ ପାଢ଼ୀ, ଦାରିଙ୍ଗବାଡ଼ି ଥାନାର ମହିଳା ଏସଆଇ ବାସନ୍ତି ବେହେରା, ସମାଜସେବୀ ନଟ ଭାଇ, ପ୍ରେରଣା ଦିଦି ନୟମି ପ୍ରଧାନ, ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ଜାଗୃତିର ଶକ୍ତି ପ୍ରକଳ୍ପ ପକ୍ଷରୁ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଯୋଗ ଦେଇଥିବା ଶତାଧିକ ମହିଳାଙ୍କୁ ସଚେତନ କରାଯାଇଥିଲା।ମହିଳା ହିଂସା ବିରୋଧରେ ସଚେତନ କରାଯିବା ସହ ବାଲ୍ୟ ବିବାହ ରୋକିବା,କନ୍ୟା ଭ୍ରୁଣ ବଞ୍ଚେଇବା,ଦିତୀୟ ବିବାହ ରୋକିବା ଅନ୍ୟାୟରେ ବିବାହ ପରେ ଛାଡ଼ିଦେବା ଆଦି ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଇଥିଲା। ହିଂସା ମହିଳା ମାନଙ୍କ ଶାରୀରିକ,ମାନସିକ ଏବଂ ଆର୍ଥିକ ସ୍ବାଧୀନତାକୁ କ୍ଷୁଣ୍ଣ କରିଥାଏ। ତେଣୁ ଏହାକୁ ପ୍ରତିବାଦ କରିବାକୁ ଉପସ୍ଥିତ ମହିଳାମାନଙ୍କୁ କୁହାଯାଇଥିଲା। ସେହିପରି ମହିଳା ଓ ଶିଶୁ କନ୍ୟା ପ୍ରତି ହେଉଥିବା ହିଂସା ବନ୍ଦ କରି ଏକ ହିଂସା ମୁକ୍ତ ଓ ଉନ୍ନତ ସମାଜ ଗଠନ ପାଇଁ ଆହ୍ବାନ ଦିଆଯାଇଥିଲା।ଏହି ଅବସରରେ ସିର୍କାବର୍ଗ ପଞ୍ଚାୟତର ଦୁଇ ଜଣ ମହିଳା ତଥା ଶ୍ରାକିପାଙ୍ଗା ଗ୍ରାମର ସରୋଜିନୀ ପ୍ରଧାନ ଏବଂ ସିର୍କାବର୍ଗ ଗ୍ରାମର ଚନ୍ଦ୍ରମା ପ୍ରଧାନଙ୍କୁ ନିଜ ଅଞ୍ଚଳରେ ମହିଳା ହିଂସା ବିରୋଧୀ କାର୍ଯ୍ୟ ସହ ନିଜ ପଞ୍ଚାୟତକୁ ନିଶାମୁକ୍ତ ଅଞ୍ଚଳ କରିବାକୁ ପ୍ରୟାସ କରୁଥିବାରୁ ତାଙ୍କୁ ଏହି ଦିବସରେ ସମ୍ମାନିତ କରାଯାଇଥିଲା। ସେହିପରି ଭ୍ରମରବାଡ଼ି ପଞ୍ଚାୟତରେ ମଧ୍ୟ ମହିଳା ହିଂସା ରୋକିବାକୁ କାର୍ଯ୍ୟ କରୁଥିବା କେରୁବାଡ଼ି ଗ୍ରାମର ସନ୍ଧ୍ୟାରାଣୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଧ୍ରୁବଚରଣ ନାୟକଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *