ସମ୍ବିଧାନ ଦିବସ ଆଲୋଚନା ଚକ୍ର

ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ଆୟୋଜିତ ହୋଇଯାଇଅଛି୤ ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ସଭାପତିତ୍ବ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନ ଓ ଏହାର ସାଧାରଣ ଜୀବନରେ ଉପାଦେୟତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ୤ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ଭାବରେ ସମ୍ବିଧାନର ପ୍ରିଆମ୍ବଲ୍ ପାଠ କରାଯାଇଥିଲା୤ ଏହି ଅବସରରେ “ଏକ ରାଷ୍ଟ୍ର-ଏକ ନିର୍ବାଚନ” ବିଷୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା୤ ରାଜନୀତି ବିଜ୍ଞାନ ବିଶେଷଜ୍ଞ ଅଧ୍ୟାପକ ଶ୍ରୀ ମନୋରଞ୍ଜନ ରାଉତ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ “ ଭାରତ ଦେଶରେ ଏକ ସମୟରେ ନିର୍ବାଚନର ଆବଶ୍ୟକତା” ବିଷୟରେ ଆଲୋଚନା କରିଥିଲେ୤ ସଭାର ପ୍ରାରମ୍ଭିକ ସୂଚନା ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ପ୍ରଦାନ କରିଥିବା ବେଳେ ଡ଼ ଜ୍ୟୋତ୍ସ୍ନାରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ୤ ଉକ୍ତ ସଭାରେ ମହାବିଦ୍ୟାଳୟର ଗୌରମୋହନ ସାହୁ, ଦୀପିକାରାଣୀ ତୁରୁକ୍, ରୀନାବାଳା ଘଡ଼େଇ, ରୋଜାଲିନ ମହାପାତ୍ର, ପୂଜା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ.

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *