କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଟ୍ରେଡ଼ ୟୁନିୟନ ବିକ୍ଷୋଭ
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଟ୍ରେଡ଼ ୟୁନିୟନର ମିଳିତ ଆନୁକୂଲ୍ୟରେ15 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମୁଖ୍ୟ ଦାବି ମଧ୍ୟରେ ଦର ଦାମ ବୃଦ୍ଧି ବନ୍ଦ କରିବା, 4ଟି ଶ୍ରମ କୋଡ଼ ବାତିଲ କରିବା, ମାସିକ ମଜୁରୀ 26 ହଜାର କରିବା ଏବଂ କୃଷକ ମାନଙ୍କୁ ମାସିକ 10 ହଜାର ଟଙ୍କା ପେନସନ ପ୍ରଦାନ ସହ 15 ଦଫା ଦାବି ସମ୍ବଳିତ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଏହିବିକ୍ଷୋଭ ରେ ବିଭିନ୍ନ ଟ୍ରେଡ଼ ୟୁନିୟନ ସହ କଂଗ୍ରେସ ଦଳ ମଧ୍ୟ ସାମଲ ହୋଇ ଏହି ଦାବି କୁ ସମର୍ଥନ ଜଣାଇଥିଲେ । ତେବେ ଆଗାମୀ ଦିନରେ 15 ଦଫା ଦାବି ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ନ ଦେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଟ୍ରେଡ଼ ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି ।
