ସମ୍ବିଧାନ ଦିବସ ପାଳିତ
ଆସିକା ଵିଜ୍ଞାନ ମହାବିଦ୍ୟାଳୟ ଠାରେ ସମର ଶିକ୍ଷାର୍ଥୀ ବାହିନୀ, ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡସ, ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ର ସ୍ବେଛାସେବୀ, ମହାବିଦ୍ୟାଳୟ ର ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ସମ୍ବିଧାନ ଦିବସ ଟିକୁ ମହା ଆଡମ୍ବରରେ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼ଃ ଜୀବାନନ୍ଦ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ସନମାନୀତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡ଼ଃ. ଶଙ୍କର ପ୍ରସାଦ ଅଧିକାରୀ, ମୁଖ୍ୟ ବକ୍ତା ଭାବେ ରାଜନୀତି ବିଭାଗର ମୁଖ୍ୟ ଡ଼ଃ. ଅଭୟ କେଶରୀ ପରିଛା ପଟନାୟକ, ଏନ ଏସ ଏସ ଅଧିକାରୀ ପ୍ରଫେସର ଚନ୍ଦନ ମାରାଣ୍ଡି, ୱାଇ ଆର ସି ଅଧିକାରୀ ଡ଼ଃ. ଅଜିତ କୁମାର ମୁନୀ ଓ ସ୍କାଉଟ ଲିଡର ପ୍ରଫେସର ସରୋଜ କୁମାର ପଣ୍ଡା ମଞ୍ଚାସିନ ଥିଲେ. ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ଭାରତୀୟ ସମ୍ବିଧାନ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା. ସଭାକାର୍ଯ୍ୟ ପ୍ରାରମ୍ଭ ରେ ପ୍ରଫେସର ମାରାଣ୍ଡି ଅତିଥି ନିମନ୍ତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ ଓ ଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପଗୁଛ ପ୍ରଦାନ ଓ ଉପଢୌକନ ଦେଇ ସନମାନୀତ କରାଯାଇଥିଲା. ପରେ ପରେ ଠାକୁର ଙ୍କୁ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ବେଦପାଠ କରାଯାଇଥିଲା. ପରେ ସଭାପତିଙ୍କ ଦ୍ୱାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା.

ସର୍ବପ୍ରଥମେ ମହାବିଦ୍ୟାଳୟ ର ଚାରି ଜଣ ଛାତ୍ର ଛାତ୍ରୀ ସମ୍ବିଧାନ ବିଷୟରେ ନିଜ ନିଜ ର ବକ୍ତ୍ୟବ୍ୟ ରଖିଥିଲେ ତାପରେ ମୁଖ୍ୟବକ୍ତା ଡ଼ଃ. ପଟନାୟକ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ କୋଉ ତାରିଖ ରେ କାହିଁକି ପଡେ ଓ ସମ୍ବିଧାନ ସହ ଏହି ତାରିଖ ର ସାମଞ୍ଜସ୍ୟ କଣ, ଆଇନ କଣ, ସମ୍ବିଧାନ ର ଆବଶ୍ୟକତା କଣ ଏସବୁ ବିଷୟରେ ନିଜର ସୁଚିନ୍ତିତ ଓ ଉପାଦେୟ ମନ୍ତବ୍ୟ ରଖିଥିଲେ. ତାପରେ ମୁଖ୍ୟ ଅତିଥି ଡ଼ଃ. ପ୍ରଧାନ ସମ୍ବିଧାନ ର ସ୍ରଷ୍ଟା କିଏ, କାହିଁକି ଆବଶ୍ୟକ ହେଲା, ଏହାର ରୂପରେଖ କଣ, ଧାର କଣ ଏସବୁ କୁ ନେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ. ଶେଷରେ ସଭାପତି ତଥା ଅଧ୍ୟକ୍ଷ ମହୋଦୟ ଛାତ୍ର ଛାତ୍ରୀଙ୍କ ଉଧେଶ୍ୟ ରେ ନିଜର ସମ୍ବିଧାନ ସମ୍ପର୍କିତ ମୂଲ୍ୟବାନ ଓ ଶିକ୍ଷଣୀୟ ମନ୍ତବ୍ୟ ପ୍ରଦାନ କରିଥିଲେ. ପରିଶେଷରେ ବିଭିର୍ନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଛାତ୍ର ଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା. ଶେଷରେ ପ୍ରଫେସର ସରୋଜ କୁମାର ପଣ୍ଡା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ.
