ଘୁମୁସର ଜିଲ୍ଲା ବିଜେପି ତରଫରୁ ସମ୍ବିଧାନ ଦିବସ ପାଳନ
ହିଞ୍ଜିଳିକାଟୁ:-୨୬/୧୨ ସମ୍ବିଧାନ ଦିବସ ଦେଶର ପ୍ରତ୍ୟେକ ପ୍ରଦେଶ ଓ ଜିଲ୍ଲା କାର୍ଯ୍ୟାଳୟ ରେ ପାଳନ କରା ଯାଉଛି। ମଙ୍ଗଳବାର ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କ ଅଧକ୍ଷତା ରେ ହିଞ୍ଜିଳି କାଟୁ ବିଜେପି କାର୍ଯ୍ୟାଳୟ ଠାରେ ଭାରତର ସମ୍ବିଧାନ ପୁସ୍ତକ ଏବଂ ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଫୋଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରାଗଲା। ଆଜି ଏହି ଦିବସ କୁ “ସମ୍ବିଧାନ ଗୌରବ ଦିବସ” ରୂପେ ପାଳନ କରିବା ସହିତ ଗଣତନ୍ତ୍ର ର ସୁରକ୍ଷ୍ୟା, ନାଗରିକ ର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଜିଲ୍ଲା ସଭାପତି ଶ୍ରୀ ସ୍ୱାଇଁ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜି ର ଏହି ସମ୍ବିଧାନ ଦିବସ ରେ ପୁର୍ବତନ ମହା ବିଦ୍ୟାଳୟର ଅଧକ୍ଷ ଶିକ୍ଷାବିତ ଡ଼ଃ. ରାଧାଚରଣ ସାହୁ ମୁଖ୍ୟ ବକ୍ତା ରୂପେ ମଂଚାସୀନ ହୋଇ ସମ୍ବିଧାନ ଦିବସ ର ଇତିହାସ କାର୍ଯ୍ୟକାରିତା ଉପରେ ତାଙ୍କର ମତବ୍ୟକ୍ତ କରିଥିଲେ। ଜିଲ୍ଲା ଉପ ସଭାପତି ଶ୍ରୀ ମାଧବ ଗୌଡ଼ ଧନ୍ୟବାଦ ଦେଇଥିଲେ ଓ ନଗର ସଭାପତି ଶ୍ରୀ ସନ୍ତୋଷ ପାଣିଗ୍ରାହୀ ସଭାର ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ମଣ୍ଡଳ ସଭାପତି ଇଉ.ପାପ ରାଓ, ଅଶୋକ ନାୟକ,କାନ୍ହୁ ପ୍ରଧାନ, ଗୌତମ କୁମାର ରାଣା, ସୁନୀଲ ପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ର, ରବୀନ୍ଦ୍ର ପାଣିଗ୍ରାହୀ, ଶ୍ରୀମତୀ କୁମାରୀ ବରାଡ଼, କେ ଚକ୍ରପାଣି, ଆଲୋକ କୁମାର ନାୟକ, ଚିତ୍ରସେନ ମହାନ୍ତି, ସଞ୍ଜୟ କୁମାର ଜେନା, ନୀତେଶ ପଣ୍ଡା, ଟୁନା ପରିଡା, ଯୁବମୋର୍ଚା ଜିଲ୍ଲା ଉପସଭାପତି ଏମ.ଚିନ୍ମୟ ରେଡ୍ଡୀ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
