ଖରିଫ ଋତୁରେ ଧାନ ସଂଗ୍ରହ

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ପ୍ରତିଶତ ଅଧିକ ଚାଷୀ ଅଂଶଗ୍ରହଣ ଓ ୮ ପ୍ରତିଶତ ଅଧିକ ଧାନ ସଂଗ୍ରହ ଭୁବନେଶ୍ୱର-ତା.୨୬.୧୧.୨୦୨୪- ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଧାନ ସଂଗ୍ରହରେ ପୂର୍ବପେକ୍ଷା ସ୍ୱଚ୍ଛତା ଗ୍ରହଣ କରାଯିବା ସହ ଚାଷୀମାନଙ୍କୁ ଅଧିକ ସହାୟତା ପ୍ରଦାନ ପାଇଁ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କୌଣସି ଯୋଗ୍ୟ ଚାଷୀ ଧାନକିଣା ପ୍ରକ୍ରିୟାରୁ ବାଦ ନପଡ଼ନ୍ତି ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୦ ତାରିଖରୁ ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବରଗଡ଼, ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍ତରରେ ଧାନ କିଣା ଯାରି ରହିଛି । ଧାନ ସଂଗ୍ରହ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନଙ୍କୁ ନିଯୁକ୍ତି କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ଏସଏଚଜି ମାନଙ୍କୁ ସାମିଲ କରାଯାଉଛି । ଧାନ ସଂଗ୍ରହରେ କୌଣସି ମଧ୍ୟସ୍ଥିକୁ ପ୍ରଶୟ ନଦେବାକୁ ସରକାରୀ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।ସୂଚନାଯୋଗ୍ୟ, ଗତ ବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ଏହି ତିନି ଜିଲ୍ଲାରେ ପ୍ରାୟ ୩୦ ପ୍ରତିଶତ ଅଧିକ ଚାଷୀ ଧାନ କିଣାରେ ଭାଗ ନେଉଥିବାବେଳେ ପାଖାପାଖି ୮ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ଏଥିସହ ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରତ୍ୟେକ୍ଷଭାବେ ସର୍ବ ନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଏଥିରେ ଅଧିକରୁ ଅଧିକ ଚାଷୀ ମାନଙ୍କୁ ସାମିଲ କରିବା ପାଇଁ ଆଗୁଆ ଟୋକାନ ପ୍ରଦାନ କରାଯାଉଛି । ଏଥିନିମନ୍ତେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।ଜିତେନ୍ଦ୍ରିୟ ଜେନା ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *