ଅତା ଗ୍ରାମରେ ଖଦି ବିକାଶ ଯୋଜନାର ସଚେତନତା ଶିବିର
** ଆନନ୍ଦପୁର ଘସିପୁରା ବ୍ଲକ ବାତ୍ୱ ପଚାୟତ ଅତା ଗ୍ରାମରେ ସଙ୍କଟମୋଚନ ଖଦି ଆଣ୍ଡ ଗ୍ରାମ ଉଦ୍ୟୋଗ ବିକାଶ ଟ୍ରଷ୍ଟ ତରଫରୁ ଖଦି ବିକାଶ ଯୋଜନାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଖଦି ଓ ଗ୍ରାମ ଶିଳ୍ପ କମିଶନର ଭାରତ ସରକାର ଏମ ଏସ ଏମ ଇ ବିଭାଗ ଓଡିଶା ରାଜ୍ୟ, ଭୁବନେଶ୍ୱର ଦ୍ଵାରା ସଚ୍ଚାଳିତ /ପ୍ରଯୋଜିତ ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁବାସ ଛେତ୍ରୀ , ଡାଇରେକ୍ଟର ଖଦି ଓ ଗ୍ରାମ ଶିଳ୍ପ ବିଭାଗ ଓଡିଶା ସରକାର,ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର, ସଚିବ ଖଦି ବୋର୍ଡ ଓଡିଶା ସରକାର,ସୁରେଶ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ ଉପନିର୍ଦେଶକ, ଧର୍ମେନ୍ଦ୍ର ଲଞ୍ଜୋସ, ସହକାରୀ ଖଦି ଓ ଗ୍ରାମ୍ୟ ଶିଳ୍ପ ବିଭାଗ ପ୍ରମୁଖ ଉପସ୍ଥିତ ରହି ଲୋକ ମାନଙ୍କୁ ସଚେତନତା ବାର୍ତା ଦେଇଥିଲେ l ଏହି ସଚେତନତା ଶିବିରରେ ଅତା ସଙ୍କଟମୋଚନ ଖଦି ଆଣ୍ଡ ଗ୍ରାମ ଉଦ୍ୟୋଗ ବିକାଶ ତରଫରୁ ସଂଗଠନ ସମ୍ପାଦକ ଅକ୍ଷୟ କୁମାର ପଲ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
