ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୯ ଦଫା ଦାବୀରେ ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ:-୨୬/୧୧ ବିଭିନ୍ନ ଦାବୀ ନେଇ ହିଞ୍ଜିଳିକାଟୁ ଅଞ୍ଚଳର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟ ମାନେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ।‌ ପରେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଚିକିତ୍ସା ଭତ୍ତା ଏବଂ ଏବେ ୮୦ ବର୍ଷ ପରେ ମିଳୁଥିବା ୨୦% ଅଧିକ ପେନ୍‌ସନ ବଦଳରେ ଏହା ୬୫,୭୦,୭୫ ଓ ୮୦ ବର୍ଷରେ ୫% ଲେଖାଏଁ ଦେବାକୁ ମୂଳ ଦାବୀ ରଖାଯାଇଛି। ଏଥିସହ ରାଜ୍ୟ ସରକାର ବନ୍ଦ କରିଥିବା ପେନସନ ବିଭାଗର ପୁନଃ ପ୍ରଚଳନ,ନୂତନ ପେନସନ ପ୍ରଥା ଉଚ୍ଛେଦ ପରି ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କ ଜରିଆରେ ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ବିମ୍ବାଧର ସାହୁ, ଅଶୋକ କୁମାର ପାଠୀ, ପୁରୁଷୋତ୍ତମ ସାହୁ, ଗନ୍ତାୟତ ପରିଡା, ରମେଶ ଚନ୍ଦ୍ର ଚୌଧୁରୀ,ହରିହର ପଣ୍ଡା,ସହଶ୍ରନାମ ପାଠୀ, ଚନ୍ଦ୍ରଭାନୁ ସାବତ, ପ୍ରଭାକର ସାବତ, ହରିହର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *