ଗୁଳିକାଣ୍ଡ

ଦାଦାବଟିକୁ କେନ୍ଦ୍ରକରି ପୁରୀରେ ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ। ଗୁଳିମାଡରେ ଜନୈକ ମହିଳା ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମହିଳା ହେଉଛନ୍ତି ସକୁନ୍ତଳା ସାହୁ। କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି। ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ କରିଥିବା ପୋଲିସ ତରଫରୁ କୁହାଯାଇଛି। ତେବେ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଲାଇଛି। ବେଆଇନ ଭାବେ ବିଜୁ ବେହେରା କୋଉଠୁ ବନ୍ଧୁକ ଆଣିଲା,ତାକୁ ବନ୍ଧୁକ କିଏ ଦେଲା,,,ଏ ତମାମ ଦିଗରେ କୁମ୍ଭାରପଡା ପୋଲିସ ଅଧିକ ଛାନଭିନ୍ କରୁଛି। ପୂର୍ବରୁ ସକୁନ୍ତଳାଙ୍କୁ ମଧ୍ୟ ଦାଦାବଟି ମଗାଯାଇଥିବା ଶୁଣିବାକୁ ମିଳୁଛି। ତେବେ ଗୁଳିମାଡ ଘଟଣାରେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲିଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *