ପାଖେଇ ଆସୁଛି ଗଣେଶ ଚତୁର୍ଥୀ

ପାଖେଇ ଆସୁଛି ଗଣେଶ ଚତୁର୍ଥୀ
(ଆଶୁ କବି – ପ୍ରକୃତି ବନ୍ଧୁ ହରିହର ସାହୁ, ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ)
ପାଖେଇ ଆସୁଛି ଗଣେଶ ଚତୁର୍ଥୀ
ପୂଜା ମଣ୍ଡପ ତତ୍ପର
ମୂର୍ତ୍ତି ତିଆରି ରେ କାରିଗର ଭାଇ
ହୋଇଛନ୍ତି ଉଜାଗର।
ଚାନ୍ଦା ଆଦାୟ ରେ ମେଢ଼ କର୍ମକର୍ତ୍ତା
କାଗଜ କଲମ ଧରି
ଘର ଘର ବୁଲି ଆଦାୟ କରନ୍ତି
ପୂଜିବେ ପ୍ରଭୁ ଙ୍କୁ ଧରି।
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ
ମୂଷିକ ବାହନ ଧରି
ରାଶିଲଡୁ ତାଙ୍କ ପ୍ରିୟ ଭୋଗ ଅଟେ
କିଏ ନୁହେଁ ତାହା ସରି।
ବିଦ୍ୟାଳୟମାନେ ଗଣେଶ ଙ୍କ ପୂଜା
ହୋଇଅଛି ଆଡ଼ମ୍ବରେ
ତୋରଣ ଟାଙ୍ଗନ୍ତି ପତାକା ଟାଣନ୍ତି
ହୋଇ ଅତି ଜତନରେ।
ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ବନି ମଧ୍ୟେ
ଘୃତ ଆଳତି ମଧ୍ୟରେ
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ
ପୂଜା ମଣ୍ଡପ ମଧ୍ୟରେ।
ପ୍ରଭୁ ଗଜାନନ ପାର୍ବତୀ ନନ୍ଦନ
ହସ୍ତୀ ମସ୍ତକ ମଧ୍ୟରେ
କି ରୂପ ତାଙ୍କର ଅଟେ ମନୋହର
ପୂଜା ପାଆନ୍ତି ମଣ୍ଡପରେ।
ଦିଅ ହେ ଆଶିଷ ହେ ବିଘ୍ନ ବିନାଶକ
ମୁଁ ଛାଢ ମୁଢ ମାନବ
ମୁଢ ହରିହର ସେବି ତୋ ପୟର
ହେବି ତୋ ପ୍ରିୟ ସେବକ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *