ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତ
ନୟାଗଡ଼ ମୁନିସିପାଲିଟି ଦ୍ୱାରା ଆୟୋଜିତ ପିଏମ ସ୍ଵନିଧି ଯୋଜନାର କର୍ମଶାଳା ଉଦଯାପିତ |ନୟାଗଡ଼ ତା ୨. ୧୨. ସହରରେ ରହିଥିବା ଉଠା ଦୋକାନୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ୫ ଦିନ ବ୍ୟାପି ଚାଲିଥିବା କର୍ମଶାଳା ସୋମବାର ସିଧେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇ ଯାଇଛି |ସହରରେ ଥିବା ସମୁଦାୟ ୭୨୩ ଉଠା ଦୋକାନୀଙ୍କ ମଧ୍ୟରୁ ୪୯0 ଜଣ ଉଠା ଦୋକାନୀ ତାଲିମ ପାଇଥିଲେ | କେନ୍ଦ୍ର ସରକାର ଏହି ଯୋଜନାରେ ବ୍ୟାଙ୍କ ଲୋନ ଯୋଗାଇ ଦେବେ |ତେବେ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ନିରୁପମା ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ ଅଫ ବରୋଦା, ଆଇଡ଼ିବିଆଇ, ଲିଡ଼ ବ୍ୟାଙ୍କର ମ୍ୟାନେଜେର, କାଉଁଶୀଲ ଜାନକୀ ବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ ପ୍ରମୁଖ ଯୋଗଦେଇଥିଲେ |କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡା,ସୁନୀଲ ହୋତା,ସଂଜୀ ବିଶ୍ୱାଳ,ସୁଶାନ୍ତ ନନ୍ଦା ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇଥିଲେ |
