ଚେସ ଟୁର୍ଣ୍ଣାମେଣ୍ଟ
ନୟାଗଡ:ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ନୟାଗଡ:କେ.ସି କ୍ଲବ ଏବଂ ଜିଲ୍ଲା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ରେ ଦୁଇଦିନିଆ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି |ସମ୍ପାଦକ ରିତେଶ ରଥଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କନିଷ୍ଠ ବର୍ଗରେ ଅମ୍ରିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି ସେହିପରି ବରିଷ୍ଠ ବର୍ଗରେ ଦାସ ଜିତେନକୁମାର ଚମ୍ପିୟାନ ହୋଇଛନ୍ତି |ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ କେ.ସି କ୍ଳବ ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବିଜୟୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ତାପସ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ଉପସଭାପତି ବାଲାରସେନ ପାତ୍ର ଏବଂ ଶିକ୍ଷକ ତଥା ସଭ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ
