ଦଫା ଦାବିରେ ଜିଲ୍ଲା ରିଟେଲର୍ ସଂଘର ବିକ୍ଷୋଭ
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 7 ଦଫା ଦାବିରେ ଜିଲ୍ଲା ରିଟେଲର୍ ସଂଘର ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାରେ କାର୍ଯ୍ୟ ରତ ଖୁଚୁରା ବିକ୍ରେତା ମାନେ ସରକାର ଙ୍କ ଦ୍ଵାରା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସାମଗ୍ରୀ ବଣ୍ଟନ ବାବଦରେ ବିଭାଗ ପାରିଶ୍ରମିକ ଅର୍ଥ ଦେଇଥାଏ । ମାତ୍ର କରୋନା ମହାମାରୀ ସମୟରୁ ଏ ପର୍ଯ୍ୟନ୍ତ ପାରିଶ୍ରମିକ ପାଇନାହାନ୍ତି । ତେବେ ଅକ୍ଟୋବର 27 ତାରିଖରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ପାରିଶ୍ରମିକ ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଆହି ପର୍ଯ୍ୟନ୍ତ ମିଳି ପାରି ନାହିଁ । ଏହାର ପ୍ରତିବାଦ ରେ ରିଟେଲ ର୍ ସଂଘର ସଭାପତି ମହେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ଜିଲ୍ଲା ର୍ ଶତାଧିକ ରିଟେଲ ର ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
