ସ୍ବତନ୍ତ୍ର ବିଦ୍ୟାଳୟ ରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ
ସୋରଡ଼ା – ୩/୧୨ : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ ଠାରେ ଅବସ୍ଥିତ ସମ୍ଭବ ବିବିଧ ସାମର୍ଥ୍ୟ ପ୍ରତିଷ୍ଠାନ ରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ନଗର ପରିକ୍ରମା କରାଯାଇଥିଲା । ତାପରେ ମିଷ୍ଠାନ ବଣ୍ଟନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶ୍ରୀ ଲାଲକୃଷ୍ଣ ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସୀମାଞ୍ଚଳ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଭିନ୍ନକ୍ଷମ ଦିବସ ବିଷୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀନିବାସ ପତ୍ର, ଶ୍ରୀ ତାରାପ୍ରସାଦ ପାତ୍ର, ଶ୍ରୀ ଅଜୟ କୁମାର ପଟ୍ଟନାୟକ, ଶ୍ରୀ ଗୋପୀନାଥ ବିଷୋୟୀ, ଶ୍ରୀ ଈଶ୍ୱର ଚନ୍ଦ୍ର ପୃଷ୍ଟି ଅବସରପ୍ରାପ୍ତ ଶିକ୍ଷକ ଯୋଗ ଦେଇଥିଲେ

। ପୂର୍ବରୁ କରାଯାଇଥିବା କ୍ରୀଡ଼ାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା । ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ଶ୍ରୀଗୌରାଙ୍ଗ ମହାରଣା କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ନିଶାରାଣୀ ଦେଇ ସଂଯୋଜନା କରିବା ସହିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
