ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ମାଁ ତାରାତାରିଣୀ ଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ ପ୍ରମୁଖ ସଚିଵ

ଆସିକା:ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ଦର୍ଶନ କଲେ । ମନ୍ଦିର ସେବାୟତ ତରଫରୁ ଯଶ ଶ୍ରୀ ପ୍ରଧାନମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ନେଇ ଏକ ପତ୍ର ଲିଖିତ ଆକାରରେ ପ୍ରଧାନମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଦେଲେ l ସଚିବ ଙ୍କ ସହ ତାଙ୍କ ଧର୍ମପତ୍ନୀ ମନ୍ଦିର ରେ ପହଞ୍ଚିବା ପରେ ପ୍ରଥମେ ମାଙ୍କୁ ଦର୍ଶନ କରିବା ସହ ଅଧଘଣ୍ଟାଏ ଧରି ପୂଜାର୍ଚନା କରିଥିଲେ l ପରେ ମନ୍ଦିର ର ବେଢା ବୁଲିବା ସହ ପାହାଚ ରାସ୍ତା, ରୋପୱେ ସମେତ ସମସ୍ତ ଉନ୍ନୟନ କାର୍ଯ୍ୟ ବୁଲିଦେଖିଥିଲେ l ଏହି ଅବସରରେ ମନ୍ଦିର ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେସିକା ଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇଥିଲେ l ଏହି ଅବସରରେ ମନ୍ଦିର ସେବାୟତ ଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ଦିର ପରିଦର୍ଶ ନିମନ୍ତେ ଏକ ପତ୍ର ପ୍ରମୁଖ ସଚିବ ଙ୍କୁ ପ୍ରଦାନ କରାଯାଇଥିବା କହିଛନ୍ତି ମାଁ ତାରାତାରିଣୀଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ ବାପୁଜୀ ରଣା l

Leave a Reply

Your email address will not be published. Required fields are marked *