ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ନୟାଗଡ଼

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ନୟାଗଡ଼ ତା ୩.୧୨.୨୦୨୪ରିଖ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ସମଗ୍ର ଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି l ଏହିଆବସର ରେ ଭିନ୍ନକ୍ଷମ ମାନଙ୍କର ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା l ପରେ ପରେ ନୟାଗଡ଼ ଷ୍ଟାଡିୟମ୍ ଠାରେ ଭିନ୍ନକ୍ଷମ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଉପ ଜିଲ୍ଲାପାଳ କର୍ଣଦେବ ସମାଦାର କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଜିଲ୍ଲାର ବିଭିନ୍ନସାଧାରଣ ବିଦ୍ୟାଳୟ ଓ ସ୍ବତନ୍ତ୍ର ବିଦ୍ୟାଳୟ ଗୁଡିକରୁ ଆସିଥିବା ଭିନ୍ନ କ୍ଷମ ଶିଶୁ ମାନେ ବିଭିନ୍ନ କ୍ରୀଡା, ସଙ୍ଗୀତ ଓ ଅଭିନୟ ପ୍ରତିଯୋଗୀତା ରେ ଭାଗନେଇଥିଲେ l ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,ସମ୍ମାନିତ ଅତିଥି ରୂପେ ନୟାଗଡ଼ ମ୍ୟୁନିସପାଲିଟି ର ଚେୟାରମେନ ନିରୁପମା ଖଟେଇ, ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ l ଏହି ଅବସରରେ ଏକୋଇଶି ଜଣ ଭିନ୍ନ କ୍ଷମ ବ୍ୟକ୍ତି ଙ୍କୁ ଭିନ୍ନ କ୍ଷମ ଭତା ପ୍ରଦାନ କରାଯିବା ସହ ଚବିଶ ଜଣ ଭିନ୍ନକ୍ଷମ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା l

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *