କାମାକ୍ଷାନଗର ଦୈନିକ ବଜାର ରେ ଆଳୁ କେଜି ୫0

କାମାକ୍ଷାନଗର ଦୈନିକ ବଜାର ରେ ଆଳୁ କେଜି ୫0,ବିଭାଗୀୟ ସ୍ତରରେ ଚଢ଼ାଉ -କାମାକ୍ଷାନଗରରେ ବୁଧବାର ଦୈନିକ ପରିବା ବଜାରରେ ଆଳୁ କେଜି ପ୍ରତି ପଚାଶ ଟଙ୍କାରେ ବିକ୍ରି ହେଉଥିବା ନେଇ ଯୋଗାଣ ବିଭାଗ ଅଧିକାରୀ ବ୍ୟାପକ ଚଢ଼ାଉ କରିଥିବାର ଜଣାଯାଇଛି l କାମାକ୍ଷାନଗର ବଜାରରେ ଆଜି ଦୈନିକ ପରିବା ବଜାରରେ ଆଳୁ କେଜି ପ୍ରତି ପଚାଶ ଟଙ୍କା ରେ ବିକ୍ରି ହେଉଥିଲା l ସ୍ଥାନୀୟ କ୍ରେତାଙ୍କ ଅଭିଯୋଗ କ୍ରମେ ଉପଖଣ୍ଡ ଯୋଗାଣ ଅଧିକାରୀ ତାରିଣୀ ପ୍ରସାଦ ମିଶ୍ର ସଦଳବଳେ ଆଳୁ ଗୋଦାମ ସହିତ ଖୁଚୁରା ଦୋକାନରେ ଚଢ଼ାଉ କରିଥିଲେ l ଗୋଦାମ ରେ ବସ୍ତା ପ୍ରତି ୧୬୫0 ଟଙ୍କା ରେ ବିକ୍ରି କରୁଥିବା ବେଳେ ବସ୍ଥାରେ ୪୫ କେଜି ଆଳୁ ରହୁଛି l କେତେକ ଦୋକାନୀ ପଚାଶ ଟଙ୍କା ବିକ୍ରି କରୁଥିବାରୁ ସେମାନଙ୍କୁ ବଛା ଆଳୁ କେଜି ପ୍ରତି ପଚାଶ ଏବଂ ଅବଚ୍ଛା ଆଳୁ କେଜି ପ୍ରତି ପଇଁଚାଳିଶ ଟଙ୍କା ରେ ବିକ୍ରି କରିବାକୁ ଅନୁରୋଧ କରିଛନ୍ତି l ରେବେ ଖୁବ ଶୀଘ୍ର ଆଳୁ ଦର ରେ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *