ଭଦ୍ରକ ଜିଲ୍ଲା ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳ ଙ୍କ ସହ ଆଲୋଚନା

ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧୂମାନଙ୍କ ସକାସେ ଏକ ସାମ୍ବାଦିକ ଭବନର ଯଥେଷ୍ଟ ଆବଶ୍ୟକତା ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଆଜିସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଏ ନେଇ ସାମ୍ବାଦିକମାନଙ୍କ ପକ୍ଷରୁ ବାରମ୍ବାର ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଇ ଅସୁଥିଲେ ମଧ୍ୟ ଜିଲ୍ଲା ମୁଖ୍ୟାଳୟରେ ଗୃହାଭାବ ଦର୍ଶାଇ ପ୍ରଶାସନ ଏହାକୁ ବିଳମ୍ବିତ କରି ଆସୁଛନ୍ତି । ତେବେ ନିକଟରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା (ସଖ୍ ୱାନଷ୍ଟପ ସେଣ୍ଟର)ଟି ନିଜସ୍ୱ ଗୃହକୁ ଉଠିଯାଉଥିବା ଯୋଗୁଁ ଏହା ଖାଲି ହେବାକୁ ଯାଉଛି । ଏହି ସ୍ଥାନକୁ ଆମକୁ ପ୍ରଦାନ କରିବାକୁ ଆଗରୁ ମଧ୍ୟ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଆସିଛୁ । ଅନୁରୋଧ ଆମର ଅବଶ୍ୟକ‌ତା ଏବଂ ଆପଣଙ୍କ ପ୍ରତିଶ୍ରୁତି ମୁତାବକ ତୁରନ୍ତ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସ୍ଵିକୃତୀ ଦାନ କରିବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅଲବତ ତୁମ ଦାବି ପୂରଣ କରାଯିବ ବୋଲିି ଘୋଷଣା କରିଥିଲେ । କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ ଞାନ ପ୍ରକାଶ ପାଣି ଶୁଣନ୍ତୁ l

Leave a Reply

Your email address will not be published. Required fields are marked *