ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ତରଫରୁ ଆଦର୍ଶ ବିଦ୍ୟାଳୟ ର ସଂଗୀତ ଶିକ୍ଷକ ବିଦ୍ୟାଧର ଶତପଥି ସମ୍ମାନିତ
ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱର ଦ୍ୱାରା ଗତ କାଲି ଗୀତ ଗୋବିନ୍ଦ ସଦନ ଠାରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଏକା ସମାରୋହ ଅନୁଷ୍ଠିତ ହଇଯାଇଛି, ଉଦଘାଟକ ଭାବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦାନ କରି ଥିଲେ, ସେ ତାଙ୍କର ଅଭିଭାଷଣ ରେ କହିଲେ ଯେ, ଓଡିଶା ର କଲା ସଂସ୍କୃତିକୁ ବଜାଇ ରଖିବାରେ ଏହି ବିଶ୍ୱବିଦ୍ୟାଳୟ ର ଛାତ୍ର ମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ, ଓଡିଶା ରୁ ଭାରତ ର ଅନ୍ୟାନ୍ୟ ପୋଡ଼ଶୀ ରାଜ୍ୟ ଏପରିକି ବିଦେଶ ରେ ମଧ୍ୟ ନିଜ ନିଜର ପାରଦର୍ଶିତା ଦେଖାଇ ବିଶ୍ୱବିଦ୍ୟାଳୟ ର ନାମ ଅନେକ ଆଗକୁ ନେଇପାରିଛନ୍ତି, ସେଇ ମାନଙ୍କୁ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଜୁଆଳିଆ ଆଦର୍ଶ ବିଦ୍ୟାଳୟ ର ସଂଗୀତ ଶିକ୍ଷକ ବିଦ୍ୟାଧର ଶତପଥୀ ଙ୍କୁ ମର୍ଯ୍ୟାଦା ପୂର୍ଣ୍ଣ ଭାବର ଉପଢୌକନ ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରା ଯାଇଥିଲା, ଏଥି ଲାଗି ଜୁଆଳିଆ ଆଦର୍ଶ ବଦ୍ୟାଳୟ ର ସମସ୍ତ ଶିକ୍ଷକ ଛାତ୍ର ଛାତ୍ରୀ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣ ଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି, ଏହି ପରି ଜଣେ ଆଦର୍ଶ ଶିକ୍ଷକ ସମନ୍ୱିତ ହେବ ଅନ୍ୟ ମାନଙ୍କ ଏପରିକି ଛାତ୍ର ଛାତ୍ରୀ ମାନଙ୍କ ଲାଗି ପ୍ରେରଣା ର ଉତ୍ସ କହିଲେ କଛି ଅତିଉକ୍ତି ହେବନାହଁ l
