ଆତ୍ମଘୋଷିତ ସାରଥୀ ନାଁ ରେ ଲୋକଙ୍କୁ ଭୂଆଁ ବୁଲାଉଛି ସୁକାନ୍ତ ଓ ତା ପରିବାର
କାମାକ୍ଷାନଗର– ବିଗତ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସନ୍ତୋଷ ରାଉଳ ଓରଫ ଆତ୍ମଘୋଷିତ ସାରଥୀ ବାବା ଲୋକ ମାନଙ୍କୁ ଅନ୍ଧାରରେ ରଖି ନିଜକୁ ଭଗବାନ କହି ଲୁଟିଥିବା ପର୍ଦ୍ଦାଫାଶ ହୋଇ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ଦରସିଂହା ପଞ୍ଚାୟତର ଖଳିବାହାଳ ଗ୍ରାମ ଯୋଗୀସାହିରେ ଦେଖିବାକୁ ମିଳିଛି ବାବା ସାରଥୀଙ୍କର ପୂଜା ଅର୍ଚ୍ଚନା ।ଯୋଗୀ ସାହିର ଦିବାକର ନାଥ ଘର ଲୋକ ସାରଥୀ ବାବା ଓରଫ ସନ୍ତୋଷ ରାଉଳ ର ଏକ ବଡ ଫୋଟ ରଖି ପୂଜାର୍ଚ୍ଚନା ଚଳାଇଛନ୍ତି, ଏବଂ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳିଛି ,ଏହି ବିଷୟରେ ଦିବାକର ଙ୍କ ପୁଅ ସୁକାନ୍ତ ନାଥ ଓ ତାଙ୍କ ଝିଅ କୁହନ୍ତି କି ସାରଥୀ ତାଙ୍କ ଘରକୁ ପ୍ରଭୂ ରୂପରେ ଆସି ଖାଦ୍ୟ,ବସ୍ତ୍ର, ନେଇ ଯାଉଛନ୍ତି । ଏହିପରି ଭାବେ ଆଜି ନାଥଙ୍କ ଘରେ ବହୁଲୋକ ଭିଡ ହୋଇ, ଭୋଜି ଭାତର ଆୟୋଜନ ଦେଖି ଖଳିବାହାଳ ବାସିନ୍ଦା ଘୋର ବିରୋଧ କରିଥିଲେ । ବିରୋଧ ସତ୍ବେ ମଧ୍ୟ ପୂଜାର୍ଚ୍ଚନା ସହିତ ଲୋକଙ୍କ ଭିଡ଼ ଲାଗିଥିଲା । ବାଧ୍ୟ ହୋଇ ଗ୍ରାମ ସଭାପତି ରଘୁନାଥ ନାଥ ଓ ଗ୍ରାମବାସୀ ପରଜଙ୍ଗ ଥାନା ଅଧିକାରୀ ଙ୍କୁ ଏହି ବାବଦରେ ଲିଖିତ ଜଣାଇଥିଲେ , ଉକ୍ତ ସ୍ଥାନରେ ପରଜଙ୍ଗ ପୋଲିସ ପହଞ୍ଚି ଭିଡ ଭାଙ୍ଗିବା ସହିତ ଦିବାକର ନାଥ ଓ ତାଙ୍କ ପୁଅ ସୁକାନ୍ତ ନାଥ ଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଟକ ରଖିଛନ୍ତି । ଆମ ଘରେ ମୋ ଜନ୍ମ ଦିନ ପାଳନ ହେଉଥିଲା ସେଥିପାଇଁ ଆମ ବନ୍ଧୁ ଲୋକ ଆସିଛନ୍ତି ବୋଲି ନାଥଙ୍କ ଝିଅ କହିଛନ୍ତି । ସେଠାକୁ ଆସୁଥିବା ମହିଳାମାନଙ୍କୁ ଆମେ ପଚାରିବାରୁ କହିଛନ୍ତି କି ଆମେ ସାରଥୀ ଙ୍କ ଭକ୍ତ ଆମେ ପୂର୍ଣ୍ଣିମା ପୂଜା ପାଇଁ ଆସିଛୁ । ଏହିପରି ଲୋକଙ୍କୁ ଭୂଆଁ ବୁଲାଇ ଆମ ଗାଁକୁ ବଦନାମ କରୁଛନ୍ତି ଉକ୍ତ ପରିବାର ଓ ଆଗାମୀ ଦିନରେ ଯଦି ଏହି ପରି ସାରଥୀ ର ପୂଜାର୍ଚ୍ଚନା ଚଳାଇଛନ୍ତି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଓ ଗ୍ରାମ ସଭାପତି ଚେତାବନୀ ଦେଇଛନ୍ତି ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
