ନୟାଗଡ଼ର ପୂର୍ବତନ ବିଧାୟକ, ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ସ୍ବର୍ଗତ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସମାରୋହ ପାଳିତ ।

ତା ୨୦.୧୦.୨୦୨୧ ରିଖ ବଂଶୀଧର ସ୍ମୃତି କମିଟି ଆନୁକୂଲ୍ୟରେ ଡ଼ଃ. ରଙ୍ଗନାଥ ବେହେରାଙ୍କ ସଭାପତିତ୍ବରେ ନୟାଗଡ଼ର ପୂର୍ବତନ ବିଧାୟକ, ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ସ୍ବର୍ଗତ” ବଂଶୀଧର ସାହୁଙ୍କ ” “ତୃତୀୟ ଶ୍ରାଦ୍ଧ ବାର୍ଷିକ ସମାରୋହ” ବଂଶୀଧର ମହାବିଦ୍ୟାଳୟ,ଇଟାମାଟି ପରିସରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ପିସିସି ସେବାଦଳ ଅଧ୍ୟକ୍ଷ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର , ମୂଖ୍ୟ ବକ୍ତା ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ଵର ବେହେରା । ସମ୍ମାନିତ ଅତିଥି ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡ଼ଃ.ଦିଲ୍ଲୀପ ଶ୍ରୀଚନ୍ଦନ,ଖଣ୍ଡପଡାର ପୂର୍ବତନ ଶ୍ରୀଯୁକ୍ତ ବିଧାୟକ ସିଦ୍ଧାର୍ଥ ଶେଖର ସିଂ,ପିସିସି ସମ୍ପାଦକ ହୋସନ ଖାଁ,ବଂଶୀଧର ମହାବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ, ବଂଶୀଧର ମହାବିଦ୍ୟାଳୟ ଅଧ୍ୟକ୍ଷ ହର ପ୍ରସାଦ ରଣସିଂହ ଯୋଗ ଦେଇ ସ୍ବର୍ଗତ ବଂଶୀଧର ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି ପରିପେକ୍ଷରେ ବଂଶୀଧର ସାହୁଙ୍କ କର୍ମମୟ ଜୀବନ ସହ ଜଡ଼ିତ ଥିବା ସାଠିଏ ଜଣରୁ ଉର୍ଦ୍ଧ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରା ଯାଇଥିଲା ଏବଂ ସମାଜରେ ବିଭିନ୍ନ ବର୍ଗରେ ସୁନାମ ଅର୍ଜନ କରିଥିବା ଏଗାର ଜଣ ବ୍ୟକ୍ତି ବିଶେଷ ଯଥା ..ଡାକ୍ତର .ରାଜ କିଶୋର ବରାଡ଼ (ବରିଷ୍ଠ ଭେଶଜ ବିଶେଷଜ୍ଞ)ଙ୍କୁ “ବଂଶୀଧର ସ୍ବାସ୍ଥ୍ୟ ସେବା ସମ୍ମାନ” ,, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପଟ୍ଟନାୟକ (ବରିଷ୍ଟ ସାମ୍ବାଦିକ )”ସମାଜ” ନୟାଗଡ଼ ଜିଲ୍ଲା ପ୍ରତିନିଧିଙ୍କୁ “ବଂଶୀଧର ପତ୍ରକାର ସମ୍ମାନ” ,,ଶ୍ରୀଯୁକ୍ତ ଅନିଲ କୁମାର ପଣ୍ଡା “ସକାଳ” ନୟାଗଡ଼ ଜିଲ୍ଲା ପ୍ରତିନିଧିଙ୍କୁ “ବଂଶୀଧର ପରିବେଶ ସମ୍ମାନ” ଏବଂ ଶ୍ରୀଯୁକ୍ତ ହୋସନ ଖାଁ ,ପ୍ରଜ୍ଞା ପ୍ରଣିତା,ବସନ୍ତ କୁମାର କର ,ଜ୍ୟୋତିର୍ମୟୀ ପଣ୍ଡା ,ଦାମୋଦର ସାହୁ ,ଅନନ୍ୟା ଫାଉଣ୍ଡେସନ, ହେଲପିଙ୍ଗ ହାଣ୍ଡସ୍ , ମହାବୀର କ୍ଳବ,ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବଂଶୀଧର ସ୍ମୃତି କମିଟି ସମ୍ପାଦକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବ୍ୟଙ୍ଗକବି ତଥା ଅଭିନେତା ଶ୍ରୀ ରବିନ୍ଦ୍ର ରାଉତ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *