ଜଗତସିଂହପୁର ରୁ 11ଜଣଙ୍କୁ ମୁଖ୍ୟ ଯୋଗ ଶିକ୍ଷକ ଦାୟିତ୍ଵ
ପତଞ୍ଜଳି ଯୋଗପୀଠ ହରିଦ୍ଵାର ଠାରେ ନଭେମ୍ବର 23ତାରିଖ ଠାରୁ 27ତାରିଖ ପର୍ଯ୍ୟନ୍ତ ସ୍ଵାମୀ ରାମଦେବ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଈ ଥିବା ମୁଖ୍ୟ ଯୋଗ ଶିକ୍ଷକ ପ୍ରସିକ୍ଷଣରେ ଜଗତସିହପୁର ର 11ଜଣଙ୍କୁ ପ୍ରଶିକ୍ଷିତ କରାଯାଇ ସଠିଫିକେଟ୍ ସହିତ ରୁଦ୍ରାକ୍ଷ ମାଳା ପ୍ରଦାନ କରାଯାଇ ଥିଲା। ଏଥିରେ ଜଗତସିହପୁର ଜିଲ୍ଲା ଭରତ ସ୍ଵlଭିମାନ ପ୍ରଭାରୀ ବିଶ୍ଵନାଥ ସ୍ୱାଇଁ ଏବଂ ଅନ୍ୟ ତହସିଲ ରୁ ରାମଚନ୍ଦ୍ର ସ୍ୱାଇଁ , ଅତିନ୍ଦ୍ରନlଥ ଦାସ , ଚିତ୍ରସେନ ଲେଙ୍କl , ଆର୍ତ୍ତତ୍ରାଣ ଦାସ , ବିକ୍ରମ କେଶରୀ ସାହୁ, କଳ୍ପତରୁ ମନ୍ତ୍ରୀ, ରମାକାନ୍ତ ନାୟକ, ବିପିନ ବିହାରୀ ଦାସ , ଜୀବନଧନ ବେହେରା, ବସନ୍ତ କୁମାର ପ୍ରଧାନ। ପ୍ରମୁଖ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଏହି ସିବିର ରେ ଯୋଗଶିକ୍ଷା ସହିତ ପ୍ରାଚୀନ ଭାରତୀୟ ଗୁରୁକୂଳ ଶିକ୍ଷା , ସ୍ୱଦେଶୀ ର ବ୍ୟବହାର ଏବଂ ଆୟୁର ବେଦ ର ବ୍ୟବହାର ପ୍ରଚାର ପ୍ରସାର ପାଇଁ ଶିକ୍ଷା ଦିଆଯାଇଥିଲା ବୋଲି ଜିଲ୍ଳା ପ୍ରଭlରି ବିଜୟ କୁମାର ରଥ ସୂଚନା ଦେଇଥିଲେ .
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ
