ଚାନ୍ଦିଲି ଥାନା ପକ୍ଷରୁ ଚୋରିସୁନା, ରୂପା ଅଳଙ୍କାର ଓ ୫୩୦୦ଟଙ୍କା ଉଦ୍ଧାର
ରାୟଗଡ଼ା ତା ୫/୧୨/୨୪ ଚାନ୍ଦିଲି ଥାନା ଅନ୍ତର୍ଗତ କୋଲନରା ଗ୍ରାମ ସ୍ଥିତ ଗୌଡ ସାହିର ରାଜେନ୍ଦ୍ର ମିଶ୍ରଙ୍କ ଘରେ ଚୋର ପଶି ସୁନା ରୂପା ଅଳଙ୍କାର ଓ ଟଙ୍କା ଚୋରି ଯାଇଥିବା ଅଭିଯୋଗ ହୋଇଥିଲା । ଚାନ୍ଦିଲି ଥାନା ଅଭିଯୋଗ ଗ୍ରହଣ କରି କେସ ନମ୍ବର ୩୦୮/ତା ୩/୧୨/୨୪ଅନୁଯାୟୀ ତଦନ୍ତ କରି ଭାଟିପଡ଼ା ଗ୍ରାମର ଅଖିଳ ମହାରଣାଙ୍କ ପାଖରୁ ଚୋରି ଯାଇଥିବା ଛଅ ଟି ସୁନାମୁଦି, ତିନି ଗୋଟି ସୁନା ଚେନ୍, ତିନି ଗୋଟି ସୁନା ଲକେଟ୍, ଚାରି ହଳ ସୁନା କାନ ଫୁଲ, ରୂପା ପାଉଁଜି ଛଅ ହଳ, ଗୋଟିଏ ରୂପା ଚାବି ପେନ୍ଥା, ରୂପା ମୁଦି ଦୁଇ ହଳ ଓ ୫୩୦୦ଟଙ୍କା ଉଦ୍ଧାର କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ବିଜ୍ଞପ୍ତି ଆଧାରରେ ଜଣାପଡିଛି । ଚାନ୍ଦିଲି ଥାନା ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ଓ ଅଭିଯୁକ୍ତକୁ ତୁରନ୍ତ ଧରିବା ସହିତ ଚୋରି ସୁନା ଗହଣା ଉଦ୍ଧାର କରି ସର୍ବ ସାଧାରଣଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଆସ୍ଥା ଭାଜନ ହୋଇ ପାରିଛନ୍ତି ।
