ଖୋର୍ଦ୍ଧା ରୋଡ଼ ରେଲୱେ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
ଖୋର୍ଦ୍ଧା ରୋଡ଼ ରେଲୱେ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ଜଟଣୀ ତା ୬-୧୨-୨୪ ଖୋର୍ଦ୍ଧା ରୋଡ଼ ସ୍ଥିତ ପୂର୍ବତଟ ରେଳପଥ ଅଧୀନ ରେଳୱେ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସୁଶ୍ରୀ ସବିତା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଜ୍ଞାନ ମେଳାର ଶୁଭ ଉଦ୍ଘାଟନ କରିଥିଲେ । ୧୨୧ଜଣ ଛାତ୍ର ଛାତ୍ରୀ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା ବେଳେ୫୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ନବ କିଶୋର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୁମିତ୍ରାସାବତ,ସୁଶିଳା ଦେବୀ ପ୍ରଗତି ଉଚ୍ଚ ବିଦ୍ୟାଳୟର ଅଜୟ କୁମାର ବରାଡ ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରତ୍ୟେକ ବର୍ଗରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
