ମା ଅନ୍ନପୂର୍ଣ୍ଣା ଙ୍କ ପୂଜାରେ ଆଡ଼ପମଣ୍ଡପ ଉଚ୍ଛବ ମୁଖର

ମା ଅନ୍ନପୂର୍ଣ୍ଣା ଙ୍କ ପୂଜାରେ ଆଡ଼ପମଣ୍ଡପ ଉଚ୍ଛବ ମୁଖର ସୋରଡ଼ା () ଗଞ୍ଜାମ ଜିଲ୍ଲା ସୋରଡ଼ା ଆଡ଼ପମଣ୍ଡପ ସାହି ଯୁବକଙ୍କ ପକ୍ଷରୁ ଅର୍ଣ୍ଣ ଦାତ୍ରୀ ମା ମହାଲକ୍ଷ୍ମୀଙ୍କ ପୂଜ୍ୟପୂଜା ତଥା ମାସିକ ଯାତ୍ରା ଅନୁଷ୍ଠିତ ହେଉଛି।ଏଇଥିପାଇଁ ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଅର୍ଥାତ ମାର୍ଗଶିର ମାସର ତୃତୀୟ ପାଳି ଗୁରୁବାର ହୋଇ ଥିବା ବେଳେ ଆଜିର ସାନ୍ଧ୍ୟଟି ଉଛବ ମୁଖର ସହିତ ଲୋକରଣ୍ୟ ହୋଇ ଉଠୁଛି ଏବଂ ଆଜି ସନ୍ଧ୍ୟାରେ ସହସ୍ରାଧିକ ମହିଳା ତଥା ଶ୍ରଦ୍ଧାଳୁ ଜମା ହୋଇ ମାଙ୍କ ଆଳତି ଦର୍ଶନ ସହିତ ଭକ୍ତି ଭାବର ଆସର ରହିଛି।ଏକ ମାସ ବ୍ୟାପୀ ଏହି ଅଞ୍ଚଳର ତଥା ଗଞ୍ଜାମ ଓ କନ୍ଧମାଳ,ଗଜପତି ଜିଲ୍ଲାର ସମ୍ମେଳନ ସ୍ଥଳ ସୋରଡ଼ାରେ ଦୀର୍ଘ 32 ବର୍ଷ ପରେ ମାଙ୍କ ପୂଜାର୍ଚ୍ଚନା ଚଳିତ ବର୍ଷ ପ୍ରଥମ କରି ନୂତନ ଢଙ୍ଗରେ ପାଳିବା ସହିତ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସୋରଡ଼ା ସହର ମନ୍ଦିର ମାଳିନୀ ସହିତ ବିଭିନ୍ନ ସାହି ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ନିଆରା ଉନ୍ମାଦନାରେ ମାଙ୍କ ପାଇଁ ଭେଟି ସ୍ୱରୂପ ଗତ ଗୁରୁବାର ରଘୁନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭାର ଭେଟି ସହିତ ଆଜି ଗୋପୀନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଶେଷ ଭୋଗ ସହିତ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର କମିଟି ତରଫରୁ ମଧ୍ୟ ଭୋଗ ଆସିଥିଲା ରୀତିନୀତି ଅନୁସାରେ ମାଙ୍କ ପାଖରେ ଭୋଗ ଲାଗି ଭକ୍ତ ମାନଙ୍କୁ ଖିରି ଓ କାକରା ଭୋଗ ବଣ୍ଟନ କରାଯାଇଛି।।ପୂର୍ବ ନିର୍ଧାରିତ ରୀତିନୀତି ମୁତାବକ ଆଜି ବ୍ରାହ୍ମଣ ବରଣ,ଜଳଯାତ୍ରା ସହିତ ସୂର୍ଯ୍ୟପୁଜା,ଯଜ୍ଞ ମଣ୍ଡପ ପୂଜାର୍ଚ୍ଚନା ଅଞ୍ଚଳର ସ୍ରୋତୀୟ ପଣ୍ଡିତ ମାନଙ୍କ ଦ୍ଵାରା ଚାଲୁଥିବା ବେଳେ ସୁଦୂର ଖୋର୍ଦ୍ଧା ରୁ ଆସିଥିବା ଏକ ଭଜନ ସମାରୋହ ଆୟୋଜନ କରାଯାଇଥିଲା l ଏହି ଭଜନ ସମାରୋହ କୁ ଏନ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡାଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନରେ ଆଜିର ଉଦଘାଟିତ ଭଜନ ସମାରୋହ ବେଶ ମନ ମୁଗ୍ଧକର ହୋଇଛି।ଏହିଭଳି ମହତ ଧର୍ମୀୟ ଚିନ୍ତାଧାରାକୁ ବୁଦ୍ଧିଜୀବୀ ଓ ଜ୍ଞାନୀ ଗୁଣିସମାଜ ସାଧୁବାଦ ଜଣାଇ କୋଟି ପୂଣ୍ୟ ଅର୍ଜନ କରିଛନ୍ତି । ସୋରଡ଼ା ସହର ଭକ୍ତି ମୟ ପରିବେଶ ଜାଗ୍ରତ ହୋଇ ଉଚ୍ଛଵ ମୁଖର ହୋଇଥିଲା lଏବଂ ଆସନ୍ତା ଗୁରୁବାର ତଥା ଶେଷ ପାଳି ଗୁରୁବାରରେ କୋଟି ବ୍ରହ୍ମାଣ୍ଡରାଣୀ ପଡ଼ି ଦାତ୍ରୀ ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆଖ ପାଖ ଅଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହବ ବୋଲି ଆଡ଼ପ ମଣ୍ଡପ ଯୁବକ ସଂଘ ଆଶାବାଦୀ ଅଛନ୍ତି।

ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *