ଆମ୍ବେଦକର ଙ୍କ ୬୮ ତମ ତିରୋଧାନ ଦିବସ ରେ ଶ୍ରଦ୍ଧାଞ୍ଜଳି
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଥିବା ସମ୍ବିଧାନ ପ୍ରଣୟତା ଡ଼ା. ଭୀମ ରାଓ ଆମ୍ବେଦକର ଙ୍କ ୬୮ ତମ ତିରୋଧାନ ଦିବସ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥିଲେ । ସକାଳ ୧୦ ଟା ସମୟରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହମ ବତି ଜାଳି ବୌଦ୍ଧିକ ରିତି ରେ ପ୍ରାର୍ଥନା କରି ଡ଼ା. ଭୀମ ରାଓ ଆମ୍ବେଦକର ଅମର ରହେ, ଜୟ ଭୀମ ଇତ୍ୟାଦି ସ୍ଲୋଗାନ ଦେଇ ତାଙ୍କର ଜୀବନୀ ଉପରେ ବିଜେଡ଼ିର ପୂର୍ବତନ ସାଂସଦ ଝିନ ହିକକା ଉପସ୍ଥିତ ଆମ୍ବେଦକର ପ୍ରେମୀଙ୍କୁ ଆଲୋକପାତ କରିଥିଲେ । ଭାରତୀୟ ଙ୍କ ପାଇଁ ତାଙ୍କର ଅବଦାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ନିଜର ଅଭିଭାଷଣ ରେ ଦେଇ ଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯକ୍ରମ ରେ ଆମ୍ବେଦକର ଯୁବମୁର୍ଚ୍ଚାର ସଭାପତି ଘନଶ୍ୟାମ ହାଲୱା, ସୁନାରି ବାଘ, ଦିଲୀପ ମିଶାଲ, ଅଶନ୍ତ ବାଘ, ମୋନାଜ ମିଣିଆକା, ପ୍ରଶାନ୍ତ ମିଣିଆକା କୌଶିକ ଖରା, ବିଶ୍ୱଜିତ୍ ଗରଡ଼ା, କୈଳାସ ଗରଡ଼ା ଓ ଅନ୍ୟମାନେ ସବୁ ଉପସ୍ଥିତ ରହି ଗମ୍ବିର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।
ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ
