ଶ୍ରୀଅରବିନ୍ଦ ପାଠଚକ୍ର ସମୂହର ୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
*କୋରେଇ ବ୍ଲକ ମାତୃ ଶିକ୍ଷାକେନ୍ଦ୍ର, ତାହାରପୁର ଠାରେ ଶ୍ରୀଅରବିନ୍ଦ ପାଠଚକ୍ର ସମୂହର ୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ*କୋରେଇ ବ୍ଲକ ଅନ୍ତର୍ଗତ ମାତୃ ଶିକ୍ଷା କେନ୍ଦ୍ର ତାହାରପୁର ଠାରେ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମୂହର ୧୫ତମ ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏହା ଚାରି ଦିନ ଧରି ଚାଲିବ | ବରିଷ୍ଠ ଶିକ୍ଷାବିତ୍ କ୍ରୀତ୍ତନ ବିହାରୀ ରାଉତଙ୍କ ନେତୃତ୍ୱରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବରେ କୋରେଇ ବିଡ଼ିଓ ଅବନୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଅରବିନ୍ଦ ଶ୍ରୀ ତନୁ ସ୍ମାରକୀ ରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ମହୋତ୍ସବ କୁ ଉଦଘାଟନ କରିଥିଲେ l ଏଥିସହିତ ସମସ୍ତେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ କ୍ରୀଡାରେ ଭାଗ ନେବାର ଆବଶ୍ୟକ ରହିଛି ବୋଲି ଉପସ୍ଥିତ ଅତିଥି ନିଜର ବକ୍ତବ୍ୟରେ କହିଥିଲେ l ଏଥିରେ ଜିଲ୍ଲାର ୧୫ଗୋଟି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଯୋଗ ଦେଇଛନ୍ତି l ଶିକ୍ଷାବିତ କୈଳାସ ଚନ୍ଦ୍ର କୁଅଁର, ବନମାଳୀ ଆଚାର୍ଯ୍ୟଓ ସଦାଶିବ ନାୟକ, ପ୍ରମୁଖ ଜିଲ୍ଲା ଆବାହକ ବୃନ୍ଦ ଅଧ୍ୟକ୍ଷା ଧରିତ୍ରୀ ରାଉତ, ଦେବାନନ୍ଦ ସାହୁ, ଗଦାଧର ବେହେରା,ନବକିଶୋର ମିଶ୍ର ମଦନ ମୋହନ କର, ଆଇନଜୀବୀ ଧନେଶ୍ୱର ବାରିକ ଓ ଗୋପାଳ ଚନ୍ଦ୍ର ସାହୁଙ୍କ ସମେତ ଜିଲ୍ଲା ଆର୍ମି ଅଫ ଲାଇଟ ର ଜଗତ ଭାଇ, ରାକେଶ ଭାଇ ଓ ବାପୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ତିମ ଦିନରେ ଶାରୀରିକ କ୍ରୀଡା ପ୍ରଦର୍ଶନ ପରେ କାର୍ଯ୍ୟକ୍ରମ ଉଦଯାପିତ ହେବ |ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
