ପୁରୀ ରେ ଗଡିଲା ଯକ୍ଷ୍ମାମୁକ୍ତ ରଥ
ପୁରୀ ୭/୧୨ ୨୦୨୫ ସୁଧ୍ୟା ଯକ୍ଷ୍ମାମୁକ୍ତ ଭାରତବର୍ଷ ପାଇଁ ପୁରୀ ଜିଲ୍ଲାର ପ୍ରତି ଗ୍ରାମରେ ସଚେତନତା ସୃଷ୍ଟି ପାଇଁ ଆଜି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରୁ ଗଡିଛି ଯକ୍ଷ୍ମାମୁକ୍ତ ରଥ। ଏଥିସହ ପୁରା ଶହେଦିନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି ରଥକୁ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିଥିଲେ।ପ୍ରାରମ୍ଭରେ ଡାକ୍ତର ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଵୋଧନ ଦେଇ ସାଂସଦ ଡାକ୍ତର ସମ୍ବିତ ପାତ୍ର କହିଥିଲେ ଯେ କେବଳ ଗରିବ ମାନଙ୍କୁ ଓ ସାଧାରଣ କାଶରେ ଯେ ଯକ୍ଷ୍ମା ହୁଏ,ଏଭଳି ଭାବନା ରୁ ଦୂରରେ ରହି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କୁ ଗ୍ରହଣ କରି ଜିଲ୍ଲା ର ଯକ୍ଷ୍ମା ରୋଗୀମାନଙ୍କୁ ସ୍ନେହ ଶ୍ରଦ୍ଧା ରେ ଆଦରି ନେବା ଆବଶ୍ୟକ।ଉପଯୁକ୍ତ ଚିକିତ୍ସା ଓ ନିୟମିତ ଔଷଧ ସେବନ ଦ୍ବାରା ଯକ୍ଷ୍ମାରୁ ସୁସ୍ଥ ହୋଇ ପାରିବା।ତେଣୁ ଭୟଭୀତ ନ ହୋଇ ଓ ରୋଗ ନ ଲୁଚାଇ ଚିକିତ୍ସା ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ।ସାଂସଦ ଶ୍ରୀ ଖୁଣ୍ଟିଆ କହିଥିଲେ ଯେ ତୃଣମୂଳ ସ୍ତରରୁ ଯକ୍ଷ୍ମା ନିରାକରଣ କରି ଏକ ସୁସ୍ଥ ଭାରତବର୍ଷ ଗଠନ ପାଇଁ ସମସ୍ତେ ସଜାଗ ରହିବା ଏବେ ଏକ ବଡ଼ ଆବଶ୍ୟକତା। ଯକ୍ଷ୍ମା ଚିହ୍ନଟ ପାଇଁ ଅତ୍ୟାଧୁନିକ କୌଶଳ ଓ ପରୀକ୍ଷାଗାର ପାଇଁ ଯାହା ଦରକାର, ଧର୍ମ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀ ପାଇଁ ଆମେ ଦୁଇ ସାଂସଦ କେନ୍ଦ୍ର ସରକାରଙ୍କ ଠାରୁ ଯେ ଆଣିବୁ ଏହା ନିଶ୍ଚୟ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିରଜା ଶଙ୍କର ରଥ ସ୍ବାଗତ ଭାଷଣ ଦେଇଥିବାବେଳେ , ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ, ବିନୋଦ ବିହାରୀ ରଥ ,ନାରାୟଣ ପ୍ରସାଦ ନନ୍ଦ,ସାମ୍ବାଦିକ ଜୟନ୍ତ ଦାସ ଓ ସେବାୟତ ମଧୁସୂଦନ ସିଂହାରୀ ମଞ୍ଚାସୀନ ଥିଲେ।. ଦେବାଶିଷ ମର୍ଦ୍ଦରାଜଙ୍କ ନେତୃତ୍ବ ରେ ବେଣୁଧର ନାୟକ, ଦୈତ୍ୟାରି ପଟ୍ଟନାୟକ ଓ ସୁଦର୍ଶନ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ସଦସ୍ୟ ବଦ୍ରି ମିଶ୍ର, ଯକ୍ଷ୍ମା ନିରାକରଣ ପାଇଁ ନିଷ୍ଠାର ସହ କାମକରୁଥିବା ପୁରୀ ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ କର୍ମୀ,ସୁପରଭାଇଜର ଓ କର୍ମଚାରୀଙ୍କ ଆବଶ୍ୟକତା ପୂରଣ ପାଇଁ ଦୁଇ ସାଂସଦଙ୍କୁ ଅନୁରୋଧ କରିଥିଲେ। ଡିପିଏମ ଟି.ନାରାୟଣ ରାଓ ଧନ୍ୟବାଦ ଦେଇଥିଲେ।
