କୋଣାର୍କ ସୂର୍ଯ୍ୟମନ୍ଦିରରୂ ବାଲି ବାହାରିବା ନେଇ ଅନୁଧ୍ୟାନ କଲେ ଏଡିଜି।

ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ ଆଜି ଏଏସଆଇ ଏଡିଜି ଜାନଭି ଶର୍ମା କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା, ସୂର୍ଯ୍ୟମନ୍ଦିର ସଂରକ୍ଷଣ ନେଇ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଡାଇରେକ୍ଟର କନଜରଭେସନ,ସର୍କଲ ସୁପରିଟେଣ୍ଡେଟ ଡ଼ଃ ଡି.ବି ଗଡ଼ନାୟକ, ଡେପୁଟି ସୁପରିଟେଡେଣ୍ଟ ଚିତ୍ତରଞ୍ଜନ,ଆଇଆଇଟି ଚେନ୍ନାଇ ଓ ଦିଲ୍ଲୀର ୧୫ଜଣିଆ ଟୀମ ଓ ବୈଷୟିକ ଦଳର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
Vol1- ଏ ଡି ଜି ଏବଂ ୧୫ ଜଣିଆ ଟିମ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟରହି ମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାର, ଜଗମୋହନ ଦ୍ବାର, ସୂର୍ଯ୍ୟମନ୍ଦିର ଚୁଡା ବୁଲି ଦେଖିବା ସହିତ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା, ମନ୍ଦିରର ଭିତ୍ତିଭୂମିର ଅବସ୍ତିତି, ମନ୍ଦିର ସଂରକ୍ଷଣ ଆଦି ଅନୁଧ୍ୟାନ କରିଥିଲେ। ଗତ ୨୦୨୨ ସେପ୍ଟେମ୍ବର ମାସ ୮ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ଅମିକଶସ୍କୁରୀ ଅନୁମତି ଦେବାପରେ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ଯିବା ପାଇ ୨୦୨୩ ଜାନୁୟାରୀ ମାସରେ ଭୂମିପୂଜନ କରାଯଇଥିଲା ।
Vol2- ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଇଥିଲା। ପରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେଆଡଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ ସରିଥିବା ବେଳେ ବାଲି କଢ଼ାଯିବା ପାଇ ଅତ୍ୟାଧୁନିକ ମେସିନ ଵେବ୍ୟହାର ଵେବ୍ୟହାର କରାଯିବ ବୋଲି ASI ଅଧିକାରୀ ସୂଚନା ଦେଇଛନ୍ତି। ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରରେ ଭର୍ତି ହୋଇଥିବା ବାଲି ପ୍ରାୟ ୧୨୦ ବର୍ଷ ବିତିଯାଇଛି ଏପଟେ ଜଗମୋହନରୁ ପ୍ରାୟ ୫ ମିଟର ବାଲି ଦବିଯାଇଥିବା ସୂଚନା ମିଳିବା ପରେ ବାଲି କଢ଼ା ଯିବା ପାଇ ନିଷ୍ପତି ନିଆଯାଇଥିଲା। Asi ଏ ଡି ଜି ଓ ୧୫ ଜଣିଆ ବିଶେଷଜ୍ଞ ଟିମି ଚାରି ଘଣ୍ଟା ଧରି ମନ୍ଦିରକୁ ଅନୁଧ୍ୟାନ କରିବା ପରେ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ ସୁରକ୍ଷିତ, ବାଲି କଢ଼ାଯିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି ସଠିକ ସମୟରେ ବାଲି କଢ଼ା କାର୍ଯ୍ୟ ଆରମ୍ଭ ହେବ ବୋଲି ASI ଏ ଡି ଜି ଜାନଭିର ଶର୍ମା କହିଛନ୍ତି।
Vol3- ଏପଟେ ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼l ଗଲେ ସୂର୍ଯ୍ୟ ମନ୍ଦିର ବାହାରର ସୁନ୍ଦର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ପର୍ଯ୍ୟଟକ ଦେଖିବା ସହିତ ଭିତର କାରୁକାର୍ଯ୍ୟ ମଧ୍ୟ ଉପଭୋଗ କରିବେ କିନ୍ତୁ ମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖିବା ମଧ୍ୟ ଆବଶ୍ୟକ ବୋଲି ପର୍ଯ୍ୟଟକ କୁହନ୍ତି l

Leave a Reply

Your email address will not be published. Required fields are marked *