ଯଶୋବନ୍ତ ଦାସଙ୍କ ମହାପ୍ରୟାଣ ଦିବସ

ଶ୍ରୀକ୍ଷେତ୍ର ପାଳିଟିଲା ଅଢଙ୍ଗ ଗଡ଼*ହଜାର ହଜାର ଭକ୍ତଙ୍କ ସହ ବହୁ ସାଧୁ ସନ୍ଥ ସାମିଲ*ଯୋଗଦେଲେ ବିଧାୟକ, ସାଂସଦ ଓ ମନ୍ତ୍ରୀଆଙ୍କର-ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢଙ୍ଗଗଡ଼ ନାଇଲୋ ଠାରେ ପଞ୍ଚସଖା ଯୁଗର ସିଦ୍ଧ ସାଧକ ମହାପରୁଷ ଯଶୋବନ୍ତ ଦାସଙ୍କ ମହାପ୍ରାଣାୟ ଦିବସ ଓ ପଵିତ୍ର ଓଢଣ ଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଉକ୍ତ ସ୍ଥାନକୁ ଆସି ଯଶୋବନ୍ତ ଙ୍କୁ ଦର୍ଶନ ଦେଇ ଥିବାରୁ ଉକ୍ତ ଦିନଟିକୁ ଏଠାରେ ଶ୍ରୀକ୍ଷେତ୍ର ର ମାନ୍ୟତା ଦିଆ ଯାଇଥାଏ ।ଏହି ପବିତ୍ର ଦିବସରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ଥ ଓ ସାହିତ୍ୟିକ ମାନେ ଯୋଗ ଦେଇ ସାଧୁ ଗୋସ୍ୱାମୀଙ୍କ ଗାଦି ଦର୍ଶନ କରିଥାନ୍ତି ।ଭିଓ-୧-ପଞ୍ଚ ସଖା ଯୁଗର ସିଦ୍ଧ ସାଧକ ଙ୍କ ମଧ୍ୟରୁ ଯଶବନ୍ତ ଦାସ ଥିଲେ ଅନ୍ୟତମ । ଯଶବନ୍ତ ସିଦ୍ଧି ହାସଲ କରିବା ପରେ ନିଜ ଗ୍ରାମ ନାଇଲୋ ଠାରେ ଆଶ୍ରମ ପ୍ରତିଷ୍ଠା କରି ରହିଥିଲେ । କିମ୍ବଦନ୍ତୀ କୁହେ ସେ ପ୍ରତି ଦିନ ମନଜାନ ରେ ଶ୍ରୀକ୍ଷେତ୍ର ଯାଇ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରି ଫେରୁଥିବା ବେଳେ ବୟସାଧିକ ଯୋଗୁ ଆଉ ପ୍ରତିଦିନ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେଲା ନାହିଁ । ଫଳରେ ଯସବନ୍ତ ମହାପ୍ରଭୁଙ୍କୁ ପାର୍ଥନା କରି ତାଙ୍କର ମହାପ୍ରୟାଣ ଦିନ ଜଗନ୍ନାଥ ଏଠାକୁ ଆସି ତାଙ୍କୁ ଦର୍ଶନ ଦେବାକୁ ବର ମାଗିଥିଲେ । ମହାପ୍ରଭୁ ଜଗନ୍ନାଥ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କ କଥାରେ ରାଜି ହୋଇଥିଲେ । କଥା ଅନୁଶାରେ ଓଢଣ ଷଷ୍ଠୀ ଦିନ ଯଶବନ୍ତ ଙ୍କର ମହାପ୍ରୟାଣ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ଆଶ୍ରମକୁ ଆସି ତାଙ୍କୁ ଦର୍ଶନ ଦେଇଥିଲେ । ଫଳରେ ଏହି ଦିନକୁ ଏଠାରେ ଶ୍ରୀକ୍ଷେତ୍ରର ମାନ୍ୟତା ଦିଆ ଯାଇଥାଏ । ଫଳରେ ଉକ୍ତ ଦିନ ଏଠାକୁ ବିଭିନ୍ନ ସାଧୁ ସନ୍ଥ ମାନେ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରି ଫେରିଥାନ୍ତି । ବାଇଟ-୧-ଟ୍ରଷ୍ଟିବାଇଟ-୨-ବାବା ସତ୍ୟନନ୍ଦ ଦାସଭିଓ-୨- ଏହି ଉତ୍ସବ ରେ ଜିଲା ତଥା ଜିଲା ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିବାର ଦେଖା ଯାଇଥିଲା । ମିନା ବଜାର ସାଙ୍ଗକୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଦର୍ଶକ ମାନଙ୍କୁ ବେଶ ଆକୃଷ୍ଠ କରିଥିଲା । ଯଶୋବନ୍ତ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ, ବହୁ ବିଶିଷ୍ଠ ସାହିତ୍ୟିକ ଓ ଲେଖକ ମାନେ ଯୋଗଦେଇ ଯସବନ୍ତଙ୍କ ସାହିତ୍ୟ ବାବଦରେ ଆଲୋଚନା କରିବା ସହ ଖୁବ ଶୀଘ୍ର ଏହି ମହାନ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯିବା ସହ ଏହି ପୀଠର ଉର୍ଣ୍ଣତି ସହିତ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ନିମନ୍ତେ ପଦକ୍ଷପ ଗ୍ରହଣ କରାଯିବ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି lପୁରାଣର ଗାଥା ବହନ କରୁଥିବା ଏହି ପୀଠକୁ ପ୍ରତି ଦିନ ଦୂର ଦୁରାନ୍ତର ରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମୁଥିବା ବେଳେ ଏହାକୁ ଖୁବ ଶୀଘ୍ର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଜରୁରୀ ହୋଇ ପଡିଛି ।

ଜଗତସିଂହପୁର ରୁ ରିତା ସାହୁ

Leave a Reply

Your email address will not be published. Required fields are marked *