ଶୌଚ ହେବାକୁ ଯାଇ ପୋଖରୀରେ ବୁଡି ବୃଦ୍ଧ ମୃତ
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗୋଳାଗାଡ଼ିଆ ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗୋଳାଗାଡ଼ିଆ ଗାଁର କରୁଣାକର ବିଶ୍ୱାଳ। କରୁଣାକର ଗତ କାଲି ସନ୍ଧ୍ୟାରୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ ମାତ୍ର ପାଇନଥିଲେ। ତେବେ ଆଜି ତାଙ୍କ ମୃତ ଶରୀର ଗାଁ ପାଖ ପୋଖରୀ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ଖବର ପାଇ ଅଗ୍ନିଶମ ବାହିନୀ ମୃତ ଦେହକୁ ଉଦ୍ଧାର କରିଥିଲେ। ଯାହାକୁ ନେଇ ଗୋଳାଗାଡ଼ିଆ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
