ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ, ତା 9/11/24 କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ଏହି କାର୍ଯ୍ୟକ୍ରମ ରେ ଉପ ଜିଲାପାଳ ରିନା ପ୍ରଧାନ ଉପସ୍ଥିତ ରହି ରାଇକିଆ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଅଭିଯୋଗ ଗୁଡିକ ତ୍ୱରିତ ସମାଧାନ ନିମନ୍ତେ ବିଭିନ୍ନ କାର୍ଯ୍ୟାଳୟ ର ଅଧିକାରୀ ଙ୍କୁ ସୂଚିତ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ 28 ଗୋଟି ଅଭିଯୋଗ ଶୁଣାଣି ସକାଶେ ଆସିଥିବା ବେଳେ ସେଥମଧ୍ୟରୁ 16 ଗୋଟି ଅଭିଯୋଗ ସାମୁହିକ ଥିବା ସମୟ ରେ 12 ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ,PAITDA ଅଧିକାରୀ କୃପାସିନ୍ଧୁ ବେହେରା,CDMO ସନ୍ତୋଷ କୁମାର ପାଢ଼ୀ,BDO ସିମାଞ୍ଚଳ ମଣ୍ତଳ, SDPO ଙ୍କ ସହିତ ବିଭିନ୍ନ କାର୍ଯ୍ୟାଳୟ ର ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ କମଳ କାନ୍ତ ନାୟକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *