ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୌଜନ୍ୟରୁ କାକଟପୁର ପଞ୍ଚାୟତ ସମିତି ପକ୍ଷରୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧକ୍ଷ ବିଷ୍ଣୁ ଗୋବିନ୍ଦ ଓ ଅଧକ୍ଷ ଶ୍ରୀଧର ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ହସପିଟାଲରୁ ବିଭିନ୍ନ ବର୍ଗର ଡାକ୍ତର ଓ ସହକାରୀ ମାନେ ଆସି ଭିନ୍ନକ୍ଷମ ସାମର୍ଥ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ।

ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷା, ଗମନାଗମନ ପାଇଁ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ଚିହ୍ନଟ ପ୍ରକ୍ରିୟା ପାଇଁ ଶିବିର ମାନ କରାଯାଇଥାଏ। କାକଟପୁର ବ୍ଲକ ପକ୍ଷରୁ ହୋଇଥିବା ଏହି ଶିବିରରେ ୪୦୦ ରୁ ଉର୍ଦ୍ଧ୍ବ ଶାରୀରିକ ଓ ମାନସିକ ଅକ୍ଷମତା, ଶ୍ରବଣ ଓ ଦୃଷ୍ଟି ବାଧିତ ମାନେ ପଞ୍ଜୀକୃତ କରି ପରୀକ୍ଷା କରାଇଥିଲେ। ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଇ ସେମାନଙ୍କୁ ବିଭିନ୍ନ ସହାୟତାରେ ସାମିଲ କରାଯାଇ ପାରିବ ବୋଲି ବ୍ଲକ ଅଧ୍ୟକ୍ଷ କହିଥିଲେ।

କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *