ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁରରେ ବନଅଧିକାରୀଙ୍କ ଦ୍ଵାରା ‘ଆସ ଲଗାଇବା ଗଛ ‘

_*ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁରରେ ବନଅଧିକାରୀଙ୍କ ଦ୍ଵାରା ‘ଆସ ଲଗାଇବା ଗଛ ‘ ପାଇଁ ଗୀତ ଉନ୍ମୋଚିତଆନନ୍ଦପୁର*_ ସଂଗୀତ ମାଧ୍ୟ୍ୟମରେ ଲୋକମାନଙ୍କୁ ସଚେତନତା କରିବା ପାଈଁ ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ପର୍ଯ୍ୟବେସିତ ସଙ୍ଗୀତ “ଆସ ଲଗାଇବା ଗଛ” କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ଅନନ୍ଦପୁରର ଉପଖଣ୍ଡ ବନ ଅଧିକାରୀ ଅଭୟ କୁମାର ଦଳାଇ, ସହକାରୀ ବନ ସଂରକ୍ଷକ ଅଶୋକ କୁମାର୍ ବିଶ୍ଵାଳ ଙ୍କ ଦ୍ଵାରା କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ, ଆନନ୍ଦପୁରଠାରେ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଗୀତ🎂 ମାଧ୍ୟମରେ ଶ୍ରୀ ସାହୁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି । ପୁନଶ୍ଚ ନିଜର ଜନ୍ମ ଦିନରେ ଅତି କମ୍ ରେ ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବାପାଇଁ ଗୀତ ମାଧ୍ୟମରେ କୁହାଯାଇଛି । ଏ ଦିଗରେ ବ୍ୟପାକ ଜନ ସଚେତନତା ଜରୁରୀ ବୋଲି ଶ୍ରୀ ସାହୁ କହିଛନ୍ତି । ଗିତଟିକୁ ବାପି ଭୂୟାଁ ଗାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡ଼ଃ ଦୟାନିଧି ଦାଶ ଏବଂ ଗୀତଟିକୁ ରଚନା ଓ ପରିକଳ୍ପନା କରିଛନ୍ତି ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ । ଉକ୍ତ ଗୀତଟି ଶ୍ରୋତା ଏବଂ ଦର୍ଶକ ମାନେ କଳିଙ୍ଗ ଫିଲ୍ମ ପ୍ରଡକ୍ସନ ୟୁଟ୍ୟୁବ୍ ଚ୍ୟାନେଲରେ ଶୁଣିପାରିବେ ବା ଦେଖିପାରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଦୀର୍ଘ ଦସ ବର୍ଷରୁ ଉର୍ଦ୍ଧ୍ବ ହେବ କାମ କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *