ରାଜଧାନୀରେ ଦିବ୍ୟାଙ୍ଗ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲା”ମୋ ପରିବାର
ରାମଚନ୍ଦ୍ରପୁର ସ୍ଥିତ ମା”ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା “ମୋ ପରିବାର”ସବୁବେଳେ ନିଆରା କାର୍ଯ୍ୟ କରି ଚାଲିଛି ସେଥି ପାଇଁ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି l ରବିବାର ରାଜଧାନୀରେ ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଉକ୍ତ କର୍ଯ୍ୟକ୍ରମକୁ ବାହାରିଥିଲେ l ରାଜଧାନୀର ବିପିନ ବିହାରୀ ଚୌଧୁରି ବଧିର ସ୍କୁଲ ପରିସରରେ ଆୟୋଜିତ”ଦିବ୍ୟାଙ୍ଗ ମହୋତ୍ସବ-୨୦୨୪ ସମ୍ବାଦପତ୍ର ‘ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ମହୋତ୍ସବର ମୁଖ୍ୟ ଅତିଥି ଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ ସେମାନେ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବ କୁ ଉଦଘାଟନ କରିଥିଲେ। ଅତିଥି ଭାବେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l

“ମୋ ପରିବାର”ସହିତ ମିଳିତ ହୋଇ କାର୍ଯ୍ୟ କରୁଥିବା ‘ମହାବୀର ସେନା’ ସଦସ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ହୋଇ ସ୍ୱଇଚ୍ଛାରେ ଯେଉଁ ସାହାଯ୍ୟ ଓ ସହଯୋଗ ସେବା ଦେଖି ଅତିଥି ମାନେ ଭୂରୀଭୂରୀ ପ୍ରଶଂସା କରିଵା ସହିତ ସମସ୍ତ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ‘ମହାବୀର ସେନା’ର ସଭାପତି ଶୁଭ୍ରାଂଶୁ କୁମାର,ଵିନତୀ ପ୍ରଧାନ ଏବଂ “ମୋ ପରିବାର”ର ସୁଶାନ୍ତ ପଟ୍ଟନାୟକ,ନିରଂଜନ ପାତ୍ର,ଭାଗ୍ୟଧର ମହାପାତ୍ର,ଭାରତୀ ସିଂହ,ରାଣୀ ମହାରଣା,ମନରଞ୍ଜନ ଜେନା,ଶିବୁନା ମହାପାତ୍ର,କ୍ରିଷ୍ଣା ମିଶ୍ର,ହିମାଂଶୁ ନାୟକଙ୍କ ସହିତ ମିଳିତ ସଙ୍ଘର ବହୁ ସଦସ୍ୟ,ସଦସ୍ୟା ମାନେ ଯୋଗ ଦେଇଥିବା ‘ମୋ ପରିବାର’ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l
