ସାମ୍ବାଦିକ ସମ୍ମିଳନୀ
ଚାକିରି ସର୍ତ୍ତା ବଳୀ ଏବଂ ପେନସନ ଦାବିରେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀସଂଘ (AOACTEA) ତରଫରୁ ସାମ୍ବାଦିକ ସମ୍ମିଳନୀଭୁବନେଶ୍ଵର, ତା ୦୯/୧୨/୨୦୨୪ରିଖ ଚାକିରି ସର୍ଭାବଳୀ, ପଦୋନ୍ନତି ତଥା ପେନସନ ଦାବୀରେ ନିଷ୍ଫଳଓଡ଼ିଶା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ମାନସପୁରୋହିତଙ୍କ ନେତୃତ୍ଵରେ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ହୋଇଯାଇଛି ।୪୮୮ ବର୍ଗ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ୧୯୯୩ ରୁ ୧୯୯୮ ମସିହା ମଧ୍ୟରେ ନିଯୁକ୍ତି ପ୍ରାପ୍ତ ବ୍ଲକଗ୍ରାଣ୍ଟଅନ୍ତର୍ଗତ ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୨୫ ରୁ ୩୦ ବର୍ଷ କାର୍ଯ୍ୟ କଲାପରେ ମଧ୍ୟ ଏପର୍ଯ୍ୟନ୍ତ ସରକାରଚାକିରି ସର୍ଭାବଳୀ, ପଦୋନ୍ନତି ତଥା ପେନସନ ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ଦାବି ଏବଂ ଧାରଣା ଦେବାସତ୍ତ୍ବେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଏହି ପୁରାତନ କଲେଜ ମାନଙ୍କରେ ଅନ୍ୟ ସମସ୍ତ ଅଧ୍ୟାପକଓ କର୍ମଚାରୀ ସବୁ ପ୍ରକାର ସରକାରୀ ସୁବିଧା ପାଉଥିବା ବେଳେ ଏହି ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁସରକାର ସାବତ ପୁଅ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପେନସନ ବ୍ୟବସ୍ଥା ନ ଥିବାରୁ ଚାକିରିରୁ ଅବସରଗ୍ରହଣ ପରେ ସେମାନଙ୍କର ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇ ପଡୁଛି। ବିଭିନ୍ନ ସମୟରେ ସରକାର ବାରମ୍ବାରଏମାନଙ୍କୁ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି। ନୂତନ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟଫଳାଫଳ ସମାନ ଅର୍ଥାତ ଖାଲି ପ୍ରତିଶ୍ରୁତି ଦେଇ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଉନାହିଁ। ଅପର ପକ୍ଷରେ୨୦୧୬ ମସିହାରେ SSB ଜରିଆରେ ମନୋନୀତ ହୋଇଥିବା ଅଧ୍ୟାପକମାନଙ୍କୁ ପଦୋନ୍ନତି ଦେବା ପାଇଁସରକାର ବର୍ତ୍ତମାନ ନୋଟିସ୍ ଜାରି କରିଛନ୍ତି। କିନ୍ତୁ ବରିଷ୍ଠ ଅଧ୍ୟାପକ ଯେଉଁମାନେ କି ୨୦୧୬ ମସିହାରେ ନିଯୁକ୍ତିପ୍ରାପ୍ତ SSB ଅଧ୍ୟାପକ ମାନଙ୍କ ଠାରୁ ପ୍ରାୟ ୨୦ ବର୍ଷ ପୁର୍ବରୁ ନିଯୁକ୍ତି ପ୍ରାପ୍ତ ସେମାନଙ୍କୁ ଅବହେଳା କରି କନିଷ୍ଠମାନଙ୍କ ଅଧୀନରେ କର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି। ମାନ୍ୟବର ହାଇକୋର୍ଟ ଅନେକ ସମୟରେ ୪୮୮ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ସପକ୍
