ବ୍ରହ୍ମପୁର କଳାକାର ଏକତା ମଂଚର ବୈଠକ
। ବାର୍ଷିକ ଉତ୍ସବ ପାଇଁ ନାଟକ ବହିପୂଜା ଅନୁଷ୍ଠିତ । ବ୍ରହ୍ମପୁର–ବ୍ରହ୍ମପୁର ସହରର ଏକାଧିକ ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ “ବ୍ରହ୍ମପୁର କଳାକାର ଏକତା ମଞ୍ଚ”ର ଏକ ବୈଠକ ବ୍ରହ୍ମପୁର ହିଲପାଟଣା ସ୍ଥିତ ଗଣେଶ ମନ୍ଦିର ପରିସରରେ ସଂଘ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ମାସ 22 ତାରିଖରେ ବ୍ରହ୍ମପୁର ସ୍ଥିତ ପ୍ରକାଶମ ହଲରେ ହେବାକୁ ଥିବା ସଂଘର ବାର୍ଷିକ ଉତ୍ସବ ବିଷୟରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବାର୍ଷିକ ଉତ୍ସବରେ ହେବାକୁ ଥିବା ନାଟକ”କିଛି ଖଟ୍ଟା କିଛି ମିଠା”ର ବହିପୂଜା କାର୍ଯ୍ୟକ୍ରମ ଏହି ଅବସରରେ ଅନୁଷ୍ଠିତ ହୋଇଥିଲା । ନାଟକର ନାଟ୍ୟକାର ଓ ନିର୍ଦ୍ଦେଶକ ମଦନ ମିଶ୍ର,ସଂଘର ଉପଦେଷ୍ଟା ଅନିଲ କୁମାର ପାତ୍ର,ଉପସଭାପତି ରାଜଗୋପାଳ ପାଢ଼ୀ,ସମ୍ପାଦକ ଡା.ମିହୀର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ଲିଙ୍ଗରାଜ ନାହାକ,ଗୋକୁଳାନନ୍ଦ ପଣ୍ଡା,ନାରାୟଣ ମହାଙ୍କୁଡ଼,କୈଳାସ ପାଣିଗ୍ରାହୀ,କୃଷ୍ଣଚନ୍ଦ୍ର ପଣ୍ଡା,ରବୀନ୍ଦ୍ର କୁମାର ନାୟକ,କାର୍ତ୍ତିକ ପାଣିଗ୍ରାହୀ,ପ୍ରଶାନ୍ତ ପ୍ରତିନିଧି ପ୍ରମୂଖ ବହିପୂଜା ସମୟେ ଉପସ୍ଥିତ ଥିଲେ ।
