ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର
ବ୍ରହ୍ମପୁର :-୧୦/୧୨) ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା ୧୦ ଡିସେମ୍ବର ୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି I ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉର୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ଆସିଷ୍ଟାଣ୍ଟ ସୁପେରିଟେଣ୍ଡ ଅଫ୍ ପୋଷ୍ଟ, ଶ୍ରୀଯୁକ୍ତ ଲଲାଟେଣ୍ଡୁ କେଶରୀ, ସିନିୟର୍ ବ୍ରାଞ୍ଚ ମ୍ୟାନେଜର୍ ଅଫ୍ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଶ୍ରୀଯୁକ୍ତ ସମ୍ପତ ଭେଙ୍କଟ ରମଣ୍, ପୋଷ୍ଟାଲ୍ ଲାଇଫ୍ ଇନସୁରାନ୍ସ ଡେଭେଲପମେଣ୍ଟ ଅଫିସର ଶ୍ରୀ ରୁଦ୍ର ଶଙ୍କର ସାହୁ, ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତିର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ I ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା , ସୁରକ୍ଷିତ ସଞ୍ଚୟ , ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ବୀମା , ଓଡିଶା ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉଠାଣ ସମ୍ବନ୍ଧରେ ଆଲୋଚନା କରଯାଇଥିଲା I କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ , ଶ୍ରୀଯୁକ୍ତ ସ୍ଵାଭିମାନ ସାହୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ , ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ପୋଷ୍ଟାଲ ଏଜେଣ୍ଟ ମାନେ ଯୋଗ ଦେଇଥିଲେ I
