ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିୟ ମାନବାଧିକାର ଦିବସ ପାଳିତ।

ରାୟଗଡ଼ା-୧୧/୧୨()ସକାଳ ୧୧.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ ମହବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଜିଲ୍ଲା ମାନବ ଅଧିକାର ଏବଂ ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ‘ ଆନ୍ତର୍ଜାତୀୟ ମାନବ ଅଧିକାର’ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ । ଏଥି ସହ ଜିଲ୍ଲା ସଭାପତି କେ.ସୁମନ ରାଜୁ,ଉପସଭାପତି ବିଜୟଲକ୍ଷ୍ମୀ,ରାଜ୍ୟ ମହିଳା ଉପାଧ୍ୟକ୍ଷ ସସ୍ମିତା ମହାନ୍ତି,ରାଜ୍ୟ ମହିଳା ସଭାପତି ଏସ୍. ସୁଜାତା,ଜନସମ୍ପର୍କ ଅଧିକାରୀ ସ୍ମୃତି ରଞ୍ଜନ ସାହୁ,ଆନ୍ତର୍ଜାତୀୟ ମାନବ ଅଧିକାର ଆୟୋଗର ସଭ୍ୟ ବିକ୍ରମ ଗଜେନ୍ଦ୍ର,ରିତେଶ କୁମାର ବେହେରା, ନିଥିନ୍ ମାଲେୱାର୍, ଦକ୍ଷିଣ ବିଭାଗର ସଭାପତି ଭେଙ୍କଟ ରମଣ ଏବଂ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଅଧ୍ୟାପିକା ପି.ଅରୁଣ କୁମାର, ଡଃ. ମାନସୀ ମହାନ୍ତି, ଶ୍ରୀ ନୀତି ମିନୀୟାକା, ସୁଶ୍ରୀ ସୁଧାରାନୀ ନାୟକ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ମୁଖ୍ୟ ଅଭିଭାଷଣ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ମାନବ ଅଧିକାର ବିଷୟରେ ସମସ୍ତଙ୍କୁ ଅବଗତ କରେଇ ଥିଲେ

। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ର ୧୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ, ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହ ଜିଲ୍ଲା ମାନବ ଅଧିକାରର କର୍ମକର୍ତ୍ତା ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଗତ ୦୯-୧୨-୨୦୨୪ ତାରିଖରେ ମହାବିଦ୍ୟାଳୟରେ ଏକ ସମାଲୋଚନା ଚକ୍ର ଏବଂ ପୋଷ୍ଟର ତିଆରି, କକ୍ତୃତା ପ୍ରତିଯୋଗିତା ହୋଇଥିଲା ।କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ପି.ଅରୁଣ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ନୃସିଂହ ଚରଣ ବାରିକ

Leave a Reply

Your email address will not be published. Required fields are marked *