ବ୍ରହ୍ମପୁର ରେ ୭୭ତମ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ
***ବ୍ରହ୍ମପୁର* ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ଗଞ୍ଜାମ ଶାଖା ଓ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ମିଳିତ ଅନୁକୁଲ୍ୟ ରେ ଆଜି *୭୭ ତମ ଆନ୍ତର୍ଜାତୀୟ ମାନବାଧିକାର ଦିବସ* ଅକ୍ସଫୋର୍ଡା ପବ୍ଲିକ ସ୍କୁଲ ଠାରେ ପାଳିତ ହୋଇ ଯାଇଛି । ଆୟୋଜିତ ସଭାରେ ଅନୁଷ୍ଠାନ ର ନିର୍ଦ୍ଦେଶକ *ଇଂ. ଅଶୋକ କୁମାର ପାଳ* ସଭାପତିତ୍ବ କରି ମାନବାଧିକାର ଗୁରୁତ୍ଵ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ଗଞ୍ଜାମ ଶାଖା ର ସଭାନେତ୍ରୀ *ରଶ୍ମିତା ପାଣିଗ୍ରାହୀ* ସାଂପ୍ରତିକ ପରିସ୍ଥିତି ରେ ଭାରତରେ ମାନବାଧିକାର ର ସ୍ଥିତି ଆଉ ପ୍ରଗତି ସମର୍କେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକା ତଥା ସମାଜ ସେବୀ *ସାରା ମିଶ୍ର* ନିଜ ବକ୍ତବ୍ୟ ରେ ମାନବାଧିକାର ଜନ୍ମ ଓ ଉଦ୍ଦେଶ୍ୟ ସମର୍କେ ଆଲୋକପାତ କରିଥିଲେ । ଅଧିବକ୍ତା *ରମାକାନ୍ତ ରଥ* ଯୋଗ ଦେଇ ମାନବାଧିକାର ର ଆଇନ ସବୁ ଦିଗ ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟ କ୍ରମ ରେ ଶତାଧିକ ଅଭିଭାବକ ଓ ଅଭିଭାବିକା ସହ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ପ୍ରଶାସକ *ରବିପ୍ରସାଦ ସାହୁକାର* ଓ କ୍ରୀଡ଼ା ଶିକ୍ଷକ *ପ୍ରଶାନ୍ତ ମାଥାନ* ପରିଚାଳନା କରିଥିଲେ ।
