ମା ଶାରଳାଙ୍କ ନିକଟରେ ପ୍ରଥମେ ରାମଲୀଳା ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବଟ ମଙ୍ଗଳା ରାମାୟଣ ଗଣନାଟ୍ୟ ପକ୍ଷରୁ ମା ଶାରଳାଙ୍କ ନିକଟରେ ପ୍ରଥମେ ରାମଲୀଳା ଅନୁଷ୍ଠିତ ହୋଇଯାଇଛି । ଆଧୁନିକ ଯୁଗରେ ପୌରାଣିକ ଲୋକ ନୃତ୍ୟ ଲୋପ ପାଇଯାଉଥିବା ବେଳେ କଳାକୁ ବଞ୍ଚାଇ ରଖିବା ପାଇଁ ଏହି ପଦକ୍ଷେପ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।ଅନୁଷ୍ଠାନ ର୍ ପ୍ରତିଷ୍ଠାତା ପ୍ରଭାସ ବେହେରା ଓ ପରିଚାଳକ ବିଦ୍ୟାଧର କାଣ୍ଡି ଓ ବସନ୍ତ ବେହେରା ଙ୍କ ଉଦ୍ୟମ ରେ ଏହି ଲୋକ କଳା କୁ ବଞ୍ଚାଇ ରଖାଯାଇଛି । ତେବେ ପ୍ରଥମେ ମା ଶାରଳାଙ୍କ ନିକଟରେ ଏହା ରାମଲୀଳା ପରିବେଷଣ କରାଯିବା ପରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ଅନୁଷ୍ଠାନ ରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କଳାକାର ମାନେ ତାଙ୍କର କଳା ପ୍ରଦର୍ଶନ କରିବା ସହିତ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଏହି ପାଇଁ ସରକାର ଙ୍କ ଅନୁଦାନ ମିଳିଲେ ଏହି କଳା ବଂଚି ରହିବା ସହିତ କଳାକାର ମାନଙ୍କର୍ ଉର୍ଣ୍ଣତି ହୋଇ ପାରିବ ବୋଲି ଆୟୋଜକ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *