ସୋରିଶିଆପଦା ‌ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ‌ ପୁରସ୍କାର ବିତରଣ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସୋରିଶିଆପଦା ‌ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ‌ ପୁରସ୍କାର ବିତରଣ ଉତ୍ସବ ଡିସେମ୍ବର ମାସ ୧୦ ଓ ଏଗାର ତାରିଖ ଦୁଇଦିନ ଧରି ବିଦ୍ୟାଳୟ ନିକଟସ୍ଥ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରୀଡା ପ୍ରତିଯୋଗିତା କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ପତାକା ଉତ୍ତୋଳନ କରି ଉଦ୍ ଘାଟନ କରିଥିଲେ। ସ୍ଥାନୀୟ ହାଇ ସ୍କୁଲର କ୍ରୀଡା ଶିକ୍ଷକ ଗଜେନ୍ଦ୍ର ମହାନ୍ତ କ୍ରୀଡା କୁ ପରିଚାଳନା କରିଥିଲେ। ଡିସେମ୍ବର ମାସ ଏଗାର ତାରିଖ ଅପରାହ୍ନ ରେ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା।

ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ‌ରାଉତ ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସମ୍ମାନୀତ ଅତିଥି ଭାବେ ମଠତେନ୍ତୁଳିଆ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳକୃଷ୍ଣ ନାୟକ, ଶିକ୍ଷକ ଗଜେନ୍ଦ୍ର ମହାନ୍ତ ଯୋଗଦାନ କରି ଉଦ୍ ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ନିରଞ୍ଜନ ନାୟକ , ନବକିଶୋର ବାରିକ ଦିନେଶ କୁମାର ନାୟକ ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ସକ୍ରୀୟ ସହଯୋଗ କରିଥିଲେ। ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନ‌ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *