ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ ଧରାକୋଟ:-୧୧/୧୨ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ ହୋଇଯାଇଛି । ବିଦ୍ୟାଳୟର ଏସ ଏମ ସି ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରି ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିବା ବେଳେ ଉପାଧ୍ୟକ୍ଷା ଜୟନ୍ତୀ ଦାସ ଏଥିରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡା ଉତ୍ସବ ରେ ଦୌଡ଼, ଉଚ୍ଚ ଡିଆଁ,ଲମ୍ବା ଡିଆଁ, ସଟ ପୁଟ, ଡିସକସ ଥ୍ରୋ, ଖୋ ଖୋ,ସ୍ଲୋ ସାଇକଲ ରେସ,ବାଧା ଦୌଡ଼, ବେଗ ରେସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୧୬୦ ଜଣଙ୍କୁ ପ୍ରମାଣ ପତ୍ର ସହ ମେଡାଲ ଦିଆଯାଇଥିଲା । ଚନ୍ଦନ କୁମାର, ମାର୍ଗା ରମଣ ମଣି,ନନ୍ଦିଘୋଷ ନାଇକ ଓ ଅଙ୍କିତା ମୁନି ଯଥାକ୍ରମେ ସିନିୟର ଓ ଜୁନିଅର ବିଭାଗରୁ ଚାମ୍ପିଅନ ହୋଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏ ବି ଇ ଓ ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର ,ସମ୍ମାନିତ ଅତିଥି ଭାବରେ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଗୀତାଞ୍ଜଳି ସାହୁ ଓ କ୍ରୀଡା ଶିକ୍ଷକ ଅନିଲ ନାୟକ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *