ପ୍ରବାସୀ ଭାରତୀୟ ଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ ୧୧/୧୨ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶା ଆୟୋଜନ କରୁଛି ପ୍ରବାସୀ ଭାରତୀୟ ଦିବସ।ଯଦିଓ ଏହା ଭୁବନେଶ୍ୱର ରେ ଆୟୋଜିତ ହେଉଛି କିନ୍ତୁ ସଂଖ୍ୟାଧିକ ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ପୁରୀ ଆକର୍ଷଣର କେନ୍ଦ୍ର ହେବାକୁ ଯାଉଛି।ସେଥିପାଇଁ ସେମାନ ଙ୍କୁ ସ୍ବାଗତ ସହ ଏକ ସୁଖଦ ଅନୁଭୂତି ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଆସୁଥିବା ପ୍ରବାସୀ ଭାରତୀୟ ଅତିଥି ମାନଙ୍କୁ ଓଡ଼ିଆ ପରମ୍ପରା ଅନୁସାରେ ସ୍ବାଗତ ସହ ସେମାନ ଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଭ୍ରମଣ ର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ

।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର, ରାମଚଣ୍ଡୀ, ଚନ୍ଦ୍ରଭାଗା, ରଘୁରାଜପୁର ଓ ସାତପଡ଼ା ପ୍ରଭୃତି ଅଞ୍ଚଳ କୁ ସେମାନେ ପରିଦର୍ଶନ କରିବେ।ସେମାନ ଙ୍କ ଭ୍ରମଣ ସମୟରେ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ସ୍ବଛତା ଇତ୍ୟାଦି ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ରାସ୍ତା ମରାମତି ସହ ରାସ୍ତା ପାର୍ଶ୍ଵ ବୁଦା ଗଛ ଗୁଡିକୁ ପରିସ୍କାର କରିବା, ରାସ୍ତା ପାଶ୍ୱ ଗଛ ଗୁଡିକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟ ବୃଦ୍ଧି କରିବା, ସହର, ସମୁଦ୍ର କୂଳ ଇତ୍ୟାଦି କୁ ସୌନ୍ଦର୍ଯ୍ୟ କରଣ କରିବା, ରାସ୍ତା ସମ୍ପର୍କରେ ସଚେତନ କରାଇବା ପାଇଁ ରାସ୍ତା ରେ ସାଇନଏଜ ଲଗାଇବା , ଡିଭାଇଡ଼ର ଗୁଡିକୁ ରଙ୍ଗ ଦେବା ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରବାସୀ ଭାରତୀୟ ମାନଙ୍କ ସହଯୋଗ ପାଇଁ ଓଟିଡିସି ପକ୍ଷରୁ ସହାୟତା କେନ୍ଦ୍ର ସହ ନିୟନ୍ତ୍ରଣ କକ୍ଷ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉଛି।ସେହି ସମୟରେ ମଧ୍ୟ ବିଚ ଫେଷ୍ଟିଭାଲ ଆୟୋଜନ କରାଯାଉଛି।ଏଥି ସହ ପଲ୍ଲିଶ୍ରୀ ମେଳା,ଫୁଡ ଫେଷ୍ଟିଭାଲ କୁ ସାମିଲ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ୫୧ ଟି ହୋଟେଲର ସ୍ଲଟ ପ୍ରବାସୀ ଭାରତୀୟ ଙ୍କୁ ଦିଆଯାଇଛି ବୋଲି ସୂଚନା ଦେଇଥିଲେ।ଏସ ପି ବିନୀତ ଅଗ୍ରୱାଲ ଆଇନ ଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ସରୋଜ କୁମାର ସ୍ବାଇଁଙ୍କ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
